ମେଷ: ଦିନଟି ଅନୁକୂଳ ଅଛି। ମନ ପ୍ରଫୁଲ୍ଲ ରହିବ। ପରିବାର ସହିତ ସମୟ ବିତାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇପାରେ। ବ୍ୟବସାୟରେ ଲାଭବାନ ହେବ ।
ବୃଷ: ଦିନଟି ଅନୁକୂଳ ନୁହେଁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ସାମାନ୍ୟ ବିଚଳିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଧ୍ୟାତ୍ମିକ ଦିଗରେ ଧ୍ୟାନ କେନ୍ଦ୍ରିତ ହେବ । ସନ୍ଧ୍ୟା ପରେ ସ୍ଥିତିରେ ସୁଧାର ଆସିବ।
ମିଥୁନ: ଦିନଟି ଅନୁକୂଳ ଅଟେ। ଖୁସି ଖବର ପାଇବେ। ଶରୀର ସୁସ୍ଥ ରହିବ। ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। ଚେଷ୍ଟା ସଫଳ ହେବ।
କର୍କଟ: ଦିନଟି ଅନୁକୂଳ ଅଟେ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇ ପାଇବାର ସମ୍ଭାବନା ଅଛି। ବ୍ୟବସାୟରୁ ଲାଭବାନ ହେବେ। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ। ପରିବାର ସଦସ୍ୟଙ୍କ ସହ ସମୟ ବିତେଇବେ।
ସିଂହ: ଦିନଟି ଶୁଭଙ୍କର ଅଟେ। କର୍ମକ୍ଷେତ୍ରରେ ଲାଭବାନ ହେବେ। ଶରୀର ସୁସ୍ଥ ରହିବ। ମନ ମୁତାବକ ଦ୍ରବ୍ୟ କ୍ରୟ କରିବେ।ସୁସ୍ୱାଦୁ ଭୋଜନ ମିଳିବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ।
କନ୍ୟା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଧ୍ୟାତ୍ମିକ ଭାବନା କେନ୍ଦ୍ରିତ ହେବ। ଅର୍ଥ ଏବଂ ସମ୍ମାନ ପ୍ରାପ୍ତିର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ ମନୋମାଳିନ୍ୟ ଘଟିପାରେ ।
ତୁଳା: କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ନୁହେଁ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଏଣୁ ଖାଦ୍ୟପେୟ ଉପରେ ସଜାଗ ରୁହନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କଳହ ହୋଇପାରେ ।
ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଆଚରଣରେ ସଂଯମତା ରଖନ୍ତୁ। ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି । କିନ୍ତୁ ସନ୍ଧ୍ୟା ପରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି କାର୍ଯ୍ୟରୁ ସଫଳତା ପ୍ରାପ୍ତ ହୋଇପାରେ । ଅର୍ଥପ୍ରାପ୍ତିର ଯୋଗ ଅଛି।
ଧନୁ: କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ଅଟେ । ବ୍ୟବସାୟରୁ ଲାଭ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶରୀର ସୁସ୍ଥ ରହିବ।
ମକର: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନସିକ ସ୍ଥରରେ ଅଶାନ୍ତି ଅନୁଭବ କରିବେ। ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ । ଆୟବ୍ୟୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ଉପକୃତ ହେବେ। କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ନୁହେଁ। ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ ।
ମୀନ: ଦିନଟି ସେତେ ଅନୁକୂଳ ନାହିଁ। ମନ ଅସ୍ଥିର ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି।