ୱାଶିଂଟନ: ଧୃବି ପଟେଲ ମିସ୍ ଇଣ୍ଡିଆ ୱର୍ଲଡୱାଇଡ ୨୦୨୪ ବିଜୟିନୀ ହୋଇଛନ୍ତି । ଆମେରିକାରେ କଂପୁ୍ୟଟର ଇନଫର୍ମେସନ ସିଷ୍ଟମ ଛାତ୍ରୀ ଧୃବି ବଲିଉଡ ଅଭିନେତ୍ରୀ ଏବଂ ୟୁନିସେଫ ଆମ୍ବାସାଡର ହେବା ଆକାଙ୍କ୍ଷା ରଖିଛନ୍ତି । ମିସ୍ ଇଣ୍ଡିଆ ୱର୍ଲଡୱାଇଡ ଭାରତ ବାହାରେ ଏକ ପ୍ରମୁଖ ସୁନ୍ଦରୀ ପ୍ରତିଯୋଗିତା ଭାବରେ ବିବେଚିତ ହେଉଛି ।
ନୁ୍ୟଜର୍ସିରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଜୟିନୀ ହେବା ପରେ ଧୃବି କହିଛନ୍ତି ଏହା ମୋ ପାଇଁ ଏକ ଅତୁଳନୀୟ ସମ୍ମାନ ହୋଇଛି । ଏହା ଏକ ମୁକୁଟ ଠାରୁ ଯଥେଷ୍ଟ ଅଧିକ । ଏହା ମୋ ଐତିହ୍ୟ, ମୋର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି ଏବଂ ବିଶ୍ୱସ୍ତରରେ ଅନ୍ୟମାନଙ୍କୁ ପ୍ରେରଣା ଦେବାର ଏକ ସୁଯୋଗ ଆଣିଦେଇଛି । ସୁରିନାମର ଲିସା ଆବଡୋଲହାକ୍ ପ୍ରଥମ ରନର ଅପ୍ ଏବଂ ନେଦରଲାଣ୍ଡ୍ସ୍ର ମାଳବିକା ଶର୍ମା ଦ୍ୱିତୀୟ ରନର ଅପ୍ ହୋଇଛନ୍ତି । ଶ୍ରୀମତୀ ବର୍ଗରେ ତ୍ରିନିଦାଦ ଆଣ୍ଡ ଟବୋଗେକାର ସୁଆନ ମୋଉଟ୍ଟେଟ ବିଜୟିନୀ ହୋଇଥିବାବେଳେ ୟୁକେର ସ୍ନେହା ନାମ୍ବିଆର ଓ ପବନଦୀପ କୋ÷ର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର ଅପ୍ ହୋଇଛନ୍ତି । ନାବାଳିକା ବର୍ଗରେ ସିଏରା ସୁରେଟ ମିସ୍ ଟିନ୍ ଇଣ୍ଡିଆ ୱର୍ଲଡୱାଇଡ ମୁକୁଟ ପିନ୍ଧିଛନ୍ତି ।