ଘୁଙ୍ଗୁଡି ମାରିବା ସାଧାରଣ କଥା । ଶୋଇବା ସମୟରେ ଆମମାନଙ୍କ ମଧ୍ୟରୁ ଅନେକଙ୍କର ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ଥାଏ । ବେଳେବେଳେ ଏହା ଏତେ ତୀବ୍ର ହୋଇଯାଏ ଯେ ଅନ୍ୟ ଲୋକଙ୍କ ନିଦରେ ବାଧା ହୋଇଥାଏ । ଆପଣ ଜାଣନ୍ତି କି, ଅଧିକ ଏବଂ ଲଗାତାର ଘୁଙ୍ଗୁଡି ଗଳା କର୍କଟର ସଙ୍କେତ ହୋଇପାରେ ? ପରିବାରର କୌଣସି ବ୍ୟକ୍ତି ବିଶେଷଙ୍କ ଘୁଙ୍ଗୁଡି ସମସ୍ୟା ପାଇଁ ଚିନ୍ତିତ ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଘୁଙ୍ଗୁଡି କେବଳ ନିଦକୁ ପ୍ରଭାବିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ଘୁଙ୍ଗୁଡି ମାରିବା ସାଧାରଣତଃ ନିଦ ସମୟରେ ନିଶ୍ୱାସ ପ୍ରଶ୍ୱାସରେ ଥିବା ସମସ୍ୟା ଯୋଗୁଁ ହୋଇଥାଏ । ଏହା ଗଳା ଓ ଶ୍ୱାସ ନଳୀର କ୍ଷତି କରିବା ସହ ଶେଷରେ କର୍କଟ ରୋଗରେ ପରିଣତ ହୋଇଥାଏ।
ତେବେ କେମିତି ଦୂର ହେବ ଏହି ସମସ୍ୟା ଆସନ୍ତୁ ଜାଣିବା…… ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି, ତେବେ ଓଜନ ନିୟନ୍ତ୍ରଣ କରନ୍ତୁ। ଏହା ଦ୍ୱାରା ଏହି ସମସ୍ୟା ଦୂର ହେବାସହ ଶ୍ୱାସନଳୀରେ ମଧ୍ୟ କମ୍ ପ୍ରଭାବ ପଡିଥାଏ । ଏହା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇନଥାଏ । ସେହିପରି ପିଠି ମାଡି ଶୋଇବା ବଦଳରେ ବାମ ପଟ କିମ୍ବା ଡାହାଣ ପଟ ମାଡି ଶୁଅନ୍ତୁ । ଏହାଦ୍ୱାରା ଶ୍ୱାସନଳୀରେ କମ୍ ପ୍ରଭାବ ପଡିବା ଦ୍ଵାରା ଘୁଙ୍ଗୁଡି ସମସ୍ୟା ମଧ୍ୟ କମ୍ ହୋଇଥାଏ । ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ । ଶୋଇବା ପୂର୍ବରୁ ଷ୍ଟିମ୍ ବା ବାମ୍ଫ ନିଅନ୍ତୁ । ଏପରି କରିବା ଦ୍ୱାରା ନାକ ଓ ପାଟି ସଫା ରହିଥାଏ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇନଥାଏ । ଏହା ସହ ଘୁଙ୍ଗୁଡି ସମସ୍ୟା ମଧ୍ୟ ଦୂର ହୋଇଥାଏ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ମଜଭୂତ ହୋଇଥାଏ । ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ । ନିଦ କମ୍ ହେବା କାରଣରୁ ଗଳାରେ ସମସ୍ୟା ହେବା ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ପାଇଥାଏ । ଅଧିକ ଘୁଙ୍ଗୁଡି ସମସ୍ୟା ହେଉଥିଲେ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ପ୍ରତିଦିନ ରାତିରେ ଶୋଇବା ବେଳେ ସୋରିଷ ତେଲକୁ ନଖଉଷୁମ କରି ଶରୀରରେ ମାଲିସ କରନ୍ତୁ। ଦେଖିବେ ଘୁଙ୍ଗୁଡ଼ି ସମସ୍ଯା ଖୁବଶୀଘ୍ର ବନ୍ଦ ହେବ । ରାତିରେ ଖାଇ ସାରିବାର ୨୦ ମିନିଟ୍ ପରେ ୧ ଗ୍ଲାସ୍ ନଖ ଉଷୁମ କ୍ଷୀରରେ ଚିମୁଟାଏ ହଳଦୀ ମିଶାଇ ପିଅନ୍ତୁ। ରସୁଣ ମଧ୍ୟ ଘୁଙ୍ଗୁଡ଼ି ମାରିବାରୁ ମୁକ୍ତି ଦେଇଥାଏ। ସକାଳେ ଗୋଟିଏ ପାଖୁଡ଼ା ରସୁଣ ଖାଇଲେ ୧ ସପ୍ତାହ ମଧ୍ୟରେ ଆପଣଙ୍କ ଘୁଙ୍ଗୁଡ଼ି ସମସ୍ୟାର ସମାଧାନ ହୋଇଯିବ। ଗୁଜୁରାତିରେ ମଧ୍ୟ ଘୁଙ୍ଗୁଡି ସମସ୍ଯା ଦୂର ହୋଇଥାଏ। ଗୋଟିଏ ଗ୍ଲାସ୍ ପାଣିକୁ ଭଲ ଭାବେ ଫୁଟାଇ ଥଣ୍ଡା ହେବ ପରେ ଏଥିରେ ଗୁଜୁରାତିକୁ ଗୁଣ୍ଡ କରି ସେଥିରେ ପକାନ୍ତୁ। ଏହି ପାଣି ପିଇବା ଦ୍ଵାରା ଘୁଙ୍ଗୁଡ଼ି ସମସ୍ୟା ସମାଧାନ ହୋଇଥାଏ।