ନୂଆଦିଲ୍ଲୀ: ଶନିବାର ରାତିରେ ଭାରତ ଆକାଶରେ ଦେଖିବାକୁ ମିଳିବ ନେପଚୁନ । ସୂର୍ଯ୍ୟଠାରୁ ବହୁ ଦୂରରେ ରହିଥିବା ଆମ ସୋ÷ରଜଗତର ଏହି ଅଷ୍ଟମ ଗ୍ରହକୁ ଜନସାଧାରଣ ଦେଖିପାରିବେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେବାପରେ ଏହି ଗ୍ରହ ପୂର୍ବ ଦିଗରେ ଉଦୟ ହେବ । ଏହା ସବୁଜ ମିଶା ନୀଳ ରଙ୍ଗ ଦେଖାଯିବ ବୋଲି କୁହାଯାଇଛି ।
ମହାକାଶ ପର୍ଯ୍ୟବେକ୍ଷଣକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ପୃଥିବୀ ନେପଚୁନ ଓ ସୂର୍ଯ୍ୟ ମଧ୍ୟରେ ସିଧାସଳଖ ଅତିକ୍ରମ କରିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟଠାରୁ ବହୁ ଦୂରରେ ଥିବା ଏହି ଗ୍ରହ ଭୀଷଣ ଥଣ୍ଡା ଏବଂ ସମ୍ପୂର୍ଣ୍ଣ ଭାବରେ ବରଫ ଆଚ୍ଛାଦିତ । ଏହାକୁ ଖାଲି ଆଖିରେ ଦେଖିବା ସାଧାରଣତଃ ସମ୍ଭବ ନୁହେଁ । କିନ୍ତୁ ଶନିବାର ଏହା ଆକାଶରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିବ । ଏଭଳି ଘଟଣା ବର୍ଷକରେ ଥରେ ଦେଖିବାକୁ ମିଳିଥାଏ । ଏହା କ୍ଷୀଣ ଦେଖାଯାଉଥିବା ତାରକା ଠାରୁ ପ୍ରାୟ ପାଞ୍ଚଗୁଣ ଅଧିକ କ୍ଷୀଣ ଦେଖାଯାଉଥିବାରୁ ଏଥିପାଇଁ ଏକ ବାଇନୋକୁଲାର ଅଥବା ଟେଲିସ୍କୋପର ଆବଶ୍ୟକତା ରହିଛି ।