ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେବାକୁ ଯାଉଛନ୍ତି ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ବର୍ତ୍ତମାନ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅମର ପ୍ରୀତ ଆସନ୍ତା ସେପ୍ଟେମ୍ବର ୩୦ରେ ଏହି ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ସମାପ୍ତ ହେବାକୁ ଥିବା ବେଳେ ସେହିଦିନ ଅପରାହ୍ଣରେ ବାୟୁସେନା ମୁଖ୍ୟ ଭାବେ ଭାର ଗ୍ରହଣ କରିବେ ଅମର ପ୍ରିତ୍ ସିଂହ। ଅମର ପ୍ରୀତ ୧୯୮୪ ମସିହାରେ ବାୟୁସେନାରେ ପାଦ ଥାପିଥିଲେ। ୨୦୨୩ ମସିହା ଫେବୃୟାରୀରେ ସେ ବାୟୁସେନାରେ ଉପମୁଖ୍ୟ ପଦ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ପ୍ରୟାଗରାଜଠାରେ ଚିଫ କମାଣ୍ଡରଭାବେ କାର୍ଯ୍ୟରତ ଥିଲେ।
ଅମର ପ୍ରୀତ ସିଂହ ଜଣେ ଉଚ୍ଚ ଅଭିଜ୍ଞ ଫ୍ଲାଏୟାର। ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଉଭୟ ସ୍ଥିର ଏବଂ ଘୂର୍ଣ୍ଣନ ବିମାନରେ ୫୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅବଧି ରେକର୍ଡ ଥିବାସହ ସେ ଜଣେ ଅଭିଜ୍ଞ ପ୍ରଶିକ୍ଷକ ଅଟନ୍ତି।