ସେପ୍ଟେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ଅଛନ୍ତି। ତେବେ ଏହି ଗସ୍ତର ଦ୍ଵିତୀୟ ଦିବସରେ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦେଶର ପ୍ରଥମ ମହିଳା ତଥା ବାଇଡେନଙ୍କ ପତ୍ନୀ ଜିଲ ବାଇଡେନଙ୍କୁ ସାକ୍ଷାତ କରିବା ସହିତ ଉପହାର ମଧ୍ୟ ପ୍ରଦାନ କରିଛନ୍ତି।
ମୋଦୀ ବାଇଡେନ ଦମ୍ପତ୍ତିଙ୍କୁ ରୁପାରେ ଖୋଦିତ “ଦିଲ୍ଲୀରୁ ଡେଲାୱେର” ନାମରେ ଏକ ଟ୍ରେନର ମଡେଲ ଓ କାଶ୍ମୀରୀ ପାସମିନା ସାଲ ପ୍ରଦାନ କରିଛନ୍ତି। ଜୋ ବାଇଡେନଙ୍କ ଉଦ୍ଦେଶ୍ୟରେ ଟ୍ରେନର ମଡେଲ ଏବଂ ଜିଲ ବାଇଡେନଙ୍କ ପାଇଁ ପାସମିନା ସାଲ ଉପହାର ପ୍ରଦାନ କରାଯାଇଛି। ତେବେ ଉଭୟେ ଉପହାର ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ସେ ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ୨୧ରେ ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ ଚତୁର୍ଥ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଦ୍ଵିତୀୟ ଦିନରେ ଜାତିସଂଘ ମହାସଭାର ଫ୍ୟୁଚର ସମ୍ମିଟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।