ପ୍ରତିଦିନ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଠିକ୍ ଢଙ୍ଗରେ ନ ଖାଇଲେ ହୁଏତ ଫାଇଦା ମିଳି ନ ଥାଏ । ସୁସ୍ଥ ଶରୀର ପାଇବା ପାଇଁ ନିଶ୍ଚିତ ଭାବରେ ଫଳ ଓ ସେମାନଙ୍କର ଜୁସ କରି ପିଇବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟ ପାଇଁ ଡାଳିମ୍ବ ଫଳ ହେଉ କି ତାର ରସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ମିଠା ସ୍ୱାଦ ସହ ଏହା ଆମ ଶରୀରକୁ ପୋଷକତା ଯୋଗାଇଥାଏ । ଡାଳିମ୍ବ ପ୍ରାୟତଃ ରକ୍ତ ବଢ଼ାଇବା ପାଇଁ ଜଣାଶୁଣା । ଡାଳିମ୍ବରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବର କିଛି ମୁଖ୍ୟ ଲାଭ ବିଷୟରେ ଆସନ୍ତୁ ଜାଣିବା ….
ଡାଳିମ୍ବ ରସ ତ୍ୱଚା ପାଇଁ ବହୁତ ଲାଭଦାୟକ । ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ରକ୍ତଚାପକୁ ହ୍ରାସ କରିଥାଏ । ଡାଳିମ୍ବରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସର କୋଷ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ । ନିୟମିତ ଡାଳିମ୍ବ ସେବନ ଦ୍ୱାରା ପ୍ରୋଷ୍ଟେଟ୍, ବ୍ରେଷ୍ଟ, ଲଙ୍ଗ୍ସ କ୍ୟାନସର୍ ନ ହେବାର ସମ୍ଭାବନା ଟିକେ ଅଧିକ ରହିଥାଏ। ଏହାବାଦ୍ ଡାଳିମ୍ବରେ ଯେହେତୁ ଫାଇବର୍ ମଧ୍ୟ ରହିଥାଏ, ତେଣୁ ଏହା ଶରୀରର ଓଜନ କମାଇବା, କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରଣରେ ରଖିବା ଏବଂ ଖାଦ୍ୟ ହଜମ କରାଇବାରେ ବି ବେଶ୍ ଉପକାରୀ ହୋଇଥାଏ। କେବଳ ସେତିକି ନୁହେଁ, ଡାଳିମ୍ବରେ ଭିଟାମିନ୍ ବି୬, ଭିଟାମିନ୍ ସି, ଭିଟାମିନ୍ ଇ ଏବଂ ଭିଟାମିନ୍ କେ ଭରି ରହିଥିବାରୁ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।