ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ବ୍ୟାୟ ବ୍ୟଙ୍କିଙ୍ଗ ସୁବିଧା ସ୍ଥାପନ କରାଯିବ । ଏଠାରେ ଜୀବ ସମ୍ପକୀତ ବା ଜୀବ ମାନଙ୍କ ନମୁନା ଗଚ୍ଛିତ ରହିବ । ବିଲୁପ୍ତ ପ୍ରାୟ ପ୍ରଜାତିର ଜୀନ ସମ୍ପକରେ ଗବେଷଣ କରାଯିବ । ଏହା ରାଜ୍ୟ ବିରଳ ବନ୍ୟପ୍ରାଣୀ ସରକ୍ଷଣ ଦିଗ ଚାଲିଥିବା ପ୍ରୟାସକୁ ଅଧିକ ମଜବୁତ କରିବ ।
ମିଳିଥିବା ସୂଚନା ଅନୁଯାୟୀ ନନ୍ଦନକାନନ ପ୍ରାଣୀ ଉଦ୍ଦ୍ୟାନରେ ଏହି ଟନତ ବ୍ୟବସ୍ଥା ସ୍ଥାପିତ କରାଯିବ । ସେଠାରେ ପ୍ରାଣୀଙ୍କ ଶରୀର ନମୁନା ବିଜୁକ୍ତ ୧୮୦ ବିଜୁକ୍ତ ୧୯୦ ଡିଗ୍ରୀ ସେଲସିୟସର ତାପମାତ୍ରାରେ ରଖାଯିବ । ଏହି ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଯନ୍ତ୍ରପାତି କ୍ରୟ ନିମନ୍ତେ ପ୍ରୟୋଗ କରାଯାଇଛି୧ ଏହି କେନ୍ଦ୍ର ବନ୍ୟା ପ୍ରାଣୀଙ୍କର ଗୁଣ ସୂତ୍ରରେ ଦେଖା ଦେଇଥିବା ବ୍ୟତିକ୍ରମ ସମ୍ପକରେ ଜାଣିବାର ସୁଯୋଗ ହେବ ଏବଂ ତାହା ରୋଗ ନିରୁପତରେ ସହାୟ ହେବ । ତାହା ସହିତ ଏହା ବନ୍ୟପ୍ରାଣୀ ଠାରେ ରୋଗ ସମ୍ପକରେ ଗବେଷଣା କୁ ପ୍ରୋତ୍ସାହିତ କରିବ ।