ନୂଆଦିଲ୍ଲୀ: ମଙ୍ଗଳବାର ଦେଶରେ ଉଭୟ ସୁନା ଓ ରୂପା ଦର ବୃଦ୍ଧିପାଇଛି । ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଏହି ଦୁଇ ମୂଲ୍ୟବାନ ଧାତୁରେ ରେକର୍ଡ ବୃଦ୍ଧି ଘଟିଥିବା ଜଣାଯାଇଛି । ଆସନ୍ତା ଅକ୍ଟୋବର ୪ ତାରିଖରେ ପରିପକ୍ୱ ହେବାକୁ ଯାଉଥିବା ଗୋଲ୍ଡ ଫୁ୍ୟଚର୍ସ ଏମସିଏକ୍ସରେ ୧୦ ଗ୍ରାମ ପିଛା ୭୪,୫୬୯ ଟଙ୍କା ରହିଥିଲା । ଯେଉଁଥିରେ ୦.୩୭ ପ୍ରତିଶତ ଅଥବା ୨୭୪ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହା ପୂର୍ବରୁ ଗୋଲ୍ଡ ଫୁ୍ୟଚର୍ସ ଏମସିଏକ୍ସରେ ୭୪,୨୯୫ ଟଙ୍କାରେ ବନ୍ଦ ହୋଇଥିଲା । ତାହାସହିତ ରୂପା ଫୁ୍ୟଚର୍ସରେ ୮୮୧ ଟଙ୍କା ଅଥବା ୦.୯୯ ପ୍ରତିଶତ ବୃଦ୍ଧିଘଟି ତାହା ଏମସିଏକ୍ସରେ କିଲୋଗ୍ରାମ ପିଛା ୯୦,୧୧୨ ଟଙ୍କାରେ କାରବାର ହୋଇଥିଲା । ଏହାର ପୂର୍ବ କାରବାର ଶେଷ ସୁଦ୍ଧା ଏହି ଫୁ୍ୟଚର୍ସ କିଲୋଗ୍ରାମ ପିଛା ୮୯,୨୩୧ ଟଙ୍କାରେ ବନ୍ଦ ହୋଇଥିଲା । ମଙ୍ଗଳବାର ନୂଆଦିଲ୍ଲୀରେ ୨୨ କାରାଟ ବିଶିଷ୍ଟ ସୁନା ୧୦ ଗ୍ରାମ ମୂଲ୍ୟ ୭୦,୧୫୦ ଟଙ୍କା ଓ ରୂପା କିଲୋଗ୍ରାମ ପିଛା ୯୩ ହଜାର ଟଙ୍କା ରହିଥିଲା । ମୁମ୍ବଇରେ ସୁନା ଓ ରୂପା ଯଥାକ୍ରମେ ୭୦ ହଜାର ଓ ୯୨ ହଜାର ଟଙ୍କା, କଲକାତାରେ ୭୦ ହଜାର ଟଙ୍କା ଏବଂ ୯୨ ହଜାର ଟଙ୍କା ଏବଂ ଚେନ୍ନଇରେ ଏହା ୭୦ ହଜାର ଓ ୯୮ ହଜାର ଟଙ୍କା ରହିଥିଲା ।