ଆମ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ ଶାଗ । ଶାଗରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ, ଯାହା ଶରୀର ପାଇଁ ବେଶ୍ ଉପକାରୀ। ବିଭିନ୍ନ ପ୍ରକାର ଶାଗ ଅଛି ସେଥିମଧ୍ୟରୁ ସଜନା ଶାଗ ଅନ୍ୟତମ। ଏଥିରେ ଅନେକ ପ୍ରକାର ସ୍ୱାସ୍ଥ ହିତକାରୀ ଗୁଣ ଭରି ରହିଛି। ସଜନାଶାଗ ଖାଇବା ସହ ଏହାର ଗୁଣ୍ଡ ଲଗାଇବା ବି ତ୍ୱଚା ପାଇଁ ଲାଭଦାୟକ। ଆସନ୍ତୁ ଜାଣିବା ଶାଗର ଉପକାରୀ ଗୁଣ …
ସଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏକ ଚାମଚ ଶାଗ ଗୁଣ୍ଡରେ ଅଧା ଚାମଚ କମଳା ରସ , ୧ ଚାମଚ ଲେଖାଏ ମହୁ ଏବଂ ଗୋଲାପଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍ ରଖନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନ ଥାଏ। ଏହା ତ୍ୱଚାକୁ ସଫା, ଟାଇଟ୍ ରଖିବା ସହ ଏଜିଂ ସମସ୍ୟା ଦୂରକରି ୟଙ୍ଗର ଲୁକ୍ ଦେଇଥାଏ। ଏହି ଶାଗରେ କ୍ୟାଲ୍ସିୟମ୍, ପୋଟାସିୟମ୍, ଆଇରନ୍ ସମେତ ଭିଟାମିନ୍-ଏ, ସି ଏବଂ ଇ ଭରି ରହିଛି। ଭିଟାମିନ୍-ଏ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଦୃଷ୍ଟି ଶକ୍ତିକୁ ଦୃଢ଼ ରଖିବାରେ ସାହାଯ୍ୟ କରେ। ସେହିପରି ଭିଟାମିନ୍-ସି ବାହ୍ୟ ଜୀବାଣୁ କବଳରୁ ରକ୍ଷା କରିଥାଏ। ଠିକ୍ ସେହିପରି ଭିଟାମିନ୍-ଇ ରେ ଆଣ୍ଟି-ଅକ୍ସଡାଣ୍ଟ ଗୁଣ ଭରି ରହିଛି। ସଜନା ଶାଗ ରକ୍ତରେ ଗ୍ଲୁକୋଜ୍ ଏବଂ ପ୍ରୋଟିନ୍ର ପରିମାଣକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ। ନିୟମିତ ସଜନା ଶାଗରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ରକ୍ତଚାପ କେତେକାଂଶରେ ସନ୍ତୁଳିତ ରହେ। ଏହା ମଧ୍ୟ ରକ୍ତରେ ହିମୋଗ୍ଲୋବିନ୍ର ପରିମାଣ ବୃଦ୍ଧି କରେ। ଜଣେ ଯକ୍ଷ୍ମା ରୋଗୀ ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଏହା ଲିଭର୍ ସେଲ୍କୁ ନଷ୍ଟ ହେବାକୁ ଦେଇ ନ ଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଅସ୍ଥିକୁ ମଜଭୁତ୍ ରଖିବାରେ ସାହାଯ୍ୟ କରେ। ଆଣ୍ଠୁ, ଗଣ୍ଠି ବାତ ହେବାକୁ ମଧ୍ୟ ଏହା ଦେଇ ନ ଥାଏ। ମୋଟା ଲୋକଙ୍କ ପାଇଁ ଏହା ବେଶ୍ ଉପକାରୀ। ଶରୀରର ଚର୍ବି ଅଂଶକୁ ଏହା ଅନେକାଂଶରେ କମାଇଥାଏ। ଭିଟାମିନ୍ସ ଓ ମିନେରାଲ୍ସ ଏଥିରେ ଥିବାରୁ ଏହା ଖାଦ୍ୟ ହଜମ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ଶ୍ୱାସ ରୋଗୀଙ୍କ ପାଇଁ ଏହା ମହୌଷଧି ସଦୃଶ।