ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଉପାନ୍ତ କୋଟଗଡ଼ ବ୍ଲକରେ ବ୍ୟାପିଲା ମେଲେରିଆ ଜ୍ବର ଓ ଝାଡ଼ା ବାନ୍ତି । ଦୁର୍ଗାପାଙ୍ଗା ପଞ୍ଚାୟତର ସାକାରଯୋଡ଼ି ଓ ବାଡ଼ିପାଙ୍ଗା ଅଞ୍ଚଳର ଲୋକେ ଝାଡ଼ାବାନ୍ତି ଓ ମେଲେରିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳର ପାଞ୍ଚ ଜଣ ମେଲେରିଆ ଜ୍ବରରେ ଆକ୍ରାନ୍ତ ଥିବା ବେଳେ ଦୁଇଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ କୋଟଗଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି। ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ପହଁଚି ଲୋକଙ୍କ ଚିକିତ୍ସା କରିବା ସହ ନମୁନା ସଂଗ୍ରହ କରୁଥିବା ଜଣାପଡ଼ିଛି। ଅନ୍ୟପଟେ ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ସହ ଅଞ୍ଚଳର ଲୋକ ରୋଗ ମୁକ୍ତ ହେବା ଯାଏଁ ଅଞ୍ଚଳରେ ସର୍ଭିଲାନ୍ସ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କୋଟଗଡ଼ ମେଡ଼ିକାଲ୍ ଇନଚାର୍ଜ ଦେବନାଥ ଦେ ।