ଟିକିରି/ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନସ୍ଥ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉକ୍ରଳ ଆଲୁମିନା ରାୟଗଡା ଜିଲ୍ଲାର କୁଚେଇପଦର ଗ୍ରାମପଞ୍ଚାୟତରେ ସ୍ୱଚ୍ଛ ଅଭିଯାନ ଶୁଭାରମ୍ଭ କରିଛି । ଫଳପ୍ରଦ କର୍ପୋରେଟ ସାମାଜିତ ଦାୟିତ୍ୱ ନିର୍ବାହ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ କଲ୍ୟାଣରେ ବୃଦ୍ଧି ଘଟାଇବାକୁ କମ୍ପାନୀର ପ୍ରତିବଦ୍ଧତାର ଅଂଶସ୍ୱରୂପ ଏହି ପ୍ରୟାସ ହାତକୁ ନିଆଯାଇଛି । ୨୦୨୪ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଉକ୍ତ ଅଞ୍ଚଳର ପାଞ୍ଚଟି ଗ୍ରାମକୁ ପରିସରଭୁକ୍ତ କରିବା ଲକ୍ଷ୍ୟ ରଖିଛି ।
କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଦୋରାଗୁଡା ଥାନା ସବଇନ୍ସପେକ୍ଟର ସରିତା ସେଠ, ଜେନେରାଲ ମ୍ୟାନେଜର, ସିକୁ୍ୟରିଟି କଲୋନେଲ ପରମଜିତ ବାଜୱା, ଏଜିଏମ୍ କିରଣ ନାୟକ, ଏଚଆର, ଚନ୍ଦନ କିଶୋର, ଏଜିଏମ୍ ଟେକ୍ନିକାଲ ସର୍ଭିସଙ୍କ ସମେତ ଉକ୍ରଳ ଆଲୁମିନାର ଅଧିକାରୀବୃନ୍ଦ ଏବଂ ଲୋପାମୁଦ୍ରା ମିଶ୍ର, ହେଡ୍, ସିଏସଆରଙ୍କ ନେତୃତ୍ୱରେ ସମୁଦାୟ ସିଏସଆର୍ ଟିମ୍ ଉପସ୍ଥିତ ଥିଲେ । ଏହି ଅବସରରେ ପାଞ୍ଚଟି ଗ୍ରାମରେ ଗ୍ରାମ ସଫେଇ ଅଭିଯାନ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି । ପ୍ରଥମେ ବିଲମାଳ ଗ୍ରାମରେ ସଫେଇ କାର୍ଯ୍ୟ ସଫଳତାର ସହିତ କରାଯାଇଥିଲା, ଯେଉଁଠାରେ ୫୫ପରିବାର ବାସ କରୁଛନ୍ତି, ଏବଂ ଏହା ଅବଶିଷ୍ଟ ଗ୍ରାମଗୁଡିକ ନିମନ୍ତେ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି ।
ସ୍ୱଚ୍ଛତା ରଥ ନାମରେ ଏକ ଭ୍ରାମ୍ୟମାଣ ସଚେତନତା ଅଭିଯାନ ସମସ୍ତ ପାରିପାଶ୍ୱର୍ିକ ଗ୍ରାମ ପରିକ୍ରମା କରିବ, ଯାହା ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷାର ବାର୍ତ୍ତାକୁ ପ୍ରୋତ୍ସାହିତ କରିବ । ଏହି ସମସ୍ତ ପ୍ରୟାସକୁ ଅଧିକ ମଜଭୁତ କରିବା ପାଇଁ ଗ୍ରାମଗୁଡିକରେ ବ୍ୟାନପର ଏବଂ ପୋଷ୍ଟର ରଣକୋ÷ଶଳାତ୍ମକ ଦୃଷ୍ଟିକୋଣରୁ ପ୍ରଦର୍ଶିତ କରାଯିବ, ଯାହା ସ୍ୱଚ୍ଛତା ଅଭିଯାନ ଏବଂ ତାହାର ଲକ୍ଷ୍ୟଗୁଡିକ ସମ୍ପର୍କରେ ନିରନ୍ତର ଭାବରେ ସ୍ମରଣ କରାଇଦେବ । ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ଜୀବନର ପ୍ରତ୍ୟେକଟି ଦିଗରୁ ସ୍ୱଚ୍ଛତାର ମହତ୍ୱକୁ ଅନ୍ତର୍ନିବିଷ୍ଟ କରିବା, ଯାହା ଗୋଷ୍ଠୀ ମଧ୍ୟରେ ଏକ ସ୍ୱାସ୍ଥ୍ୟରକ୍ଷା ଏବଂ କଲ୍ୟାଣକାରୀ ସଂସ୍କୃତିକୁ ଆଗେଇନେବ ।