ଲକ୍ଷ୍ମୀପୁର: ଶାନ୍ତି କମିଟି ଦ୍ୱାରା ବୁଧବାର ଏକ ଗୋଷ୍ଠୀ ସଂଘର୍ଷ ମାମଲା ସମାଧାନ ହୋଇଛି । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମ୍ମା ଥାନା ଅନ୍ତର୍ଗତ ତୁନୁପାର ଗ୍ରାମରେ କିଛି ଦିନରୁ ଆଦିବାସୀ ଓ ଦଳିତ ସମାଜ କୁ ନେଇ ଏକ ଗୋଷ୍ଠୀ ସଂଘର୍ଷ ଲାଗି ରହିଥିଲା। ଏଥିରେ ଦୁଇ ଗୋଷ୍ଠୀର ଦଶ ଜଣ କୋର୍ଟ ଚାଲାଣ ହୋଇଥିଲେ। ଏହାପରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କିଛି ଦିନ ଧରି ଗ୍ରାମରେ ପୋଲିସ ମୁତୟନ କରାଯାଇଥିଲା। ତେବେ ବୁଧବାର ଉଭୟ ଗୋଷ୍ଠୀକୁ ନେଇ କାକିରିଗୁମ୍ମା ପୋଲିସ ଏକ ଶାନ୍ତି ବୈଠକ ଡାକି ସମସ୍ୟାର ସମାଧାନ କରିଥିବା ବେଳେ ଗ୍ରାମରୁ ପୋଲିସ ବଳ ପ୍ରତ୍ୟାହାର କରାଯାଇଛି। ଏନେଇ ଥାନା ଅଧିକାରୀ ଡମ୍ବରୁଧର ବାର୍ତ୍ତିୟା ସୂଚନା ପ୍ରଦାନ କରିଛନ୍ତି।