ରାଉରକେଲା: ଶନିବାର ସକାଳେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୫ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
ସୂଚନାଯୋଗ୍ୟ ଯେ, ଶନିବାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍ଏମ୍ଏସ୍-୧ ୟୁନିଟ୍ରେ ବଡ ଧରଣର ବିସ୍ଫୋରଣ ହୋଇଥିଲା। ସକାଳ ପ୍ରାୟ ୯.୩୦ ସମୟରେ ଏହି ଅଘଟଣ ଘଟିଥିଲା। ଏହାପରେ ଗୁରୁତର ୫ ଶ୍ରମିକ ମାନଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଗୁରୁତରମାନେ ହେଲେ ହେମନ୍ତ କୁମାର ମେହର, ଭାଗବତ ମୁର୍ମୂ, ଜି.ବି କାଲୋ, କେ.କେ ବାରିକ ଓ ପ୍ରଦୀପ ଇକ୍କା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣ ସବିଶେଷ କାରଣ ନେଇ ଷ୍ଟିଲ୍ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସୂଚନା ମିଳିନାହିଁ।