ତେଲ ଅଭିବ: ଦିନକୁ ଦିନ ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧତୀବ୍ର ହେବାରେ ଲାଗିଛି। ଇରାନ ପକ୍ଷରୁ ଆକ୍ରମଣ ପରେ ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ବେଳେ ଗତ ସପ୍ତାହରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ଆଇଡିଏଫ ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିଲା।
ସେହିପରି ଗୁରୁବାର ଆଉ ଜଣେ ହେଜବୋଲ୍ଲା ମୁଖ୍ୟ ତଥା ନସରଲ୍ଲାର ଉତ୍ତରାଧିକାରୀ ବୋଲି କୁହାଯାଉଥିବା ହଶେମ ସାଫିଦ୍ଦିନର ନିପାତ ହୋଇଛି। ପୂର୍ବରୁ ଶୁଣା ଯାଉଥିଲା ଯେ, ନସରଲ୍ଲା ନିହତ ହେବାପରେ ସାଫିଦ୍ଦିନ ସଂଗଠନର ମଙ୍ଗ ଧରିଥାଆନ୍ତା। କିନ୍ତୁ ହେଜବୋଲ୍ଲାକୁ ଧ୍ବଂଶ କରିବାକୁ ଇସ୍ରାଏଲ ପକ୍ଷରୁ ହୋଇଥିବା ଗ୍ରାଉଣ୍ଡ ଅପରେସନରେ ତା’ର ମୃତ୍ୟୁ ଘଟିଛି। ଗୁରୁବାର ଲେବାନନର ବେରୁଟ ସହରରେ ଇସ୍ରାଏଲ ପକ୍ଷରୁ ଘନ ଘନ ଏୟାରଷ୍ଟ୍ରାଇକ କରାଯାଇଥିବା ବେଳେ ସାଫିଦ୍ଦିନ ଏହି ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛି। ତେବେ ଏନେଇ ଇସ୍ରାଏଲ ସୈନ୍ୟ ବାହିନୀ ଆଇଡିଏଫ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।