ନୂଆ ଦିଲ୍ଲୀ : ଆଇଫୋନ୍ ନିର୍ମାତା ଆପଲ୍ ଶୁକ୍ରବାର ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବାକୁ ଯାଉଛି। ଏହାପୂର୍ବରୁ କମ୍ପାନୀ ଦିଲ୍ଲୀ ଏବଂ ଭାରତ ସହରରେ ଏହାର ଆପଲ୍ ଖୁଚୁରା ଷ୍ଟୋର୍ ଖୋଲିଥିଲା।
ସୂଚନା ଆନୁଯାୟୀ, ଏଣିକି ଭାରତରେ ତିଆରି ଆଇଫୋନ୍ ୧୬ ପ୍ରୋ ଏବଂ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ବିକ୍ରି କରୁଛି। ଗତ ବର୍ଷ କମ୍ପାନୀ ଭାରତରେ ଦୁଇଟି ଆପଲ୍ ଷ୍ଟୋର ଖୋଲିଥିଲା। ଏହାର ଗୋଟିଏ ଦୋକାନ ଦିଲ୍ଲୀରେ ଏବଂ ଅନ୍ୟଟି ମୁମ୍ବାଇରେ ଖୋଲା ଯାଇଛି । ରିଟେଲର ଆପଲର ବରିଷ୍ଠ ଉପସଭାପତି ଡିଆରଡ୍ରେ ଓ’ବ୍ରାଇନ୍ କହିଛନ୍ତି ଭାରତରେ ଅଧିକ ଷ୍ଟୋର ଖୋଲିବାକୁ ଯୋଜନା କରୁଛୁ। ଏହି ଷ୍ଟୋରଗୁଡିକ ବେଙ୍ଗାଲୁରୁ, ପୁଣେ, ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇରେ ଖୋଲା ରହିବ।