ଶରୀର କୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଆୟୁର୍ବେଦିକ କିମ୍ବା ସେମାନଙ୍କର ଫଳ ରସ ପିଇବା ଆରମ୍ଭ କରିଥାନ୍ତି ।
ଆୟୁର୍ବେଦିକ ଗ୍ରନ୍ଥରେ ଆଲୋବେରା ଉପକାରିତା ବିଷୟରେ ଅନେକ ଭଲ ଜିନିଷ ଉଲ୍ଲେଖ କରାଯାଇଛି ।ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରୀ ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ । ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରୀ ହେଉଛି ଅଧିକ ଲାଭ ଦାୟକ । ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ । ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍ ଆଦି ଭରପୂର ପରିମାଣରେ ରହିଛି । ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଆସନ୍ତୁ ଜାଣିବା ଘିକୁଆଁରୀର ଫାଇଦା …
ଦାନ୍ତ ସମସ୍ୟା:- ଆଲୋବେରା ଜେଲ୍ ଦାନ୍ତ ମୂଳରେ ଲଗାଇବା ଦ୍ଵାରା ଦାନ୍ତ ମଜବୁତ ହୋଇଥାଏ। ଦାନ୍ତ ପୋକ କାଟିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମେଦ ସମସ୍ୟା:- ମେଦବୃଦ୍ଧି ରୋକିବା ପାଇଁ କେବଳ ବ୍ୟାୟାମ୍ ଯଥେଷ୍ଟ ହୋଇନଥାଏ। ପ୍ରତିଦିନ ଆଲୋବେରା ରସକୁ ପାଣିରେ ପକାଇ ପିଇରେ ଶରୀରରେ ଥିବା ବିଷାକ୍ତ ପଦର୍ଥ ବାହାରକୁ ଆସେ। ଏହାଦ୍ଵାରା ଶରୀର ମେଦବହୁଳତା କମ୍ ହୋଇଥାଏ।
ଆଣ୍ଠୁ-ଗଣ୍ଠି ସମସ୍ୟା:- ଆଣ୍ଠୁ ଓ ଗଣ୍ଠି ଦରଜ ପାଇଁ କୌଣସି ଔଷଧ କାମ କରୁନଥିଲେ ଆଲୋବେରା ଜେଲ୍ ଉକ୍ତ ସ୍ଥାନରେ ମାଲିସ୍ କରନ୍ତୁ। କିଛିଦିନ ଏପରି କରିବା ଦ୍ଵାରା ଆପଣଙ୍କୁ ଆରାମ ନିଶ୍ଚିତ ମିଳିବ।
ରୁପି ସମସ୍ୟା:- ରୁପି ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନେ ଦୁଇ ଚାମଚ ଆଲୋବେରା ଜେଲ୍କୁ କଣ୍ଡିସନର୍ ସହ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ଵାରା ରୁପି ସମସ୍ୟା ଦୂର ହେବା ସହ କେଶ ମଜବୁତ୍ ହୋଇଥାଏ।
କ୍ଷତ ସମସ୍ୟା:- ଶରୀରର କୌଣସି ଯାଗାରେ କ୍ଷତ ସୃଷ୍ଟି ହେଲେ ତୁରନ୍ତ ଆଲୋବେରା ଜେଲ୍ ଲଗାନ୍ତୁ ଆରାମ ମିଳିବ। ଏହାଛଡା ଶରୀରର କୌଣସି ଯାଗା ପୋଡ଼ୁଥିଲେ ଉକ୍ତ ସ୍ଥାନରେ ଆଲୋବେରା ଜେଲ୍ ଲଗାଇଲେ ପୋଡା କମିଥାଏ।
ବ୍ରଣ ସମସ୍ୟା:- ମୁହଁରେ ବ୍ରଣ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ପ୍ରତିଦିନ ମୁହଁରେ ଆଲୋବେରା ଜେଲ୍ ଲଗାଇ କିଛି ସମୟ ଛାଡ଼ିଦିଅନ୍ତୁ। ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ଵାରା କେବଳ ଯେ ବ୍ରଣ ସମସ୍ୟା ଦୂର ହେବ ତା’ ନୁହେଁ ମୁହଁ ଚିକ୍କଣ ମଧ୍ୟ ଦିଶିବ।
ଆଖି ସମସ୍ୟା:- ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଆଖି ସମସ୍ୟା ବହୁଳ ଭାବରେ ଦେଖାଯାଉଛି। ଅଫିସରେ କମ୍ପୁଟରରେ ସାରାଦିନ କାମ, ଘରକୁ ଆସିଲେ ଅଧିକ ସମୟ ମୋବାଇଲ୍ ସ୍କ୍ରିନ୍କୁ ଚାହିଁ ରହିବା ଦ୍ଵାରା ଆଖି ସମସ୍ୟା ବୃଦ୍ଧି ପାଉଛି। ଆଖି ପୋଡ଼ିବା ସହ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଉଛି। ଦୁଇ ଚାମଚ ଆଲୋବେରା ଜେଲ୍ ଏକ କପ୍ ପାଣିରେ ମିଶାଇ ଆଖି ଧୋଇଲେ ଆଖିକୁ ଆରାମ ମିଳିବା ସହ ଉଜ୍ଜ୍ଵଳ ଦେଖାଯାଏ।