ମୁମ୍ବଇ: ଭାରତରେ ଅନ୍ୟତମ ଅଗ୍ରଣୀ ସମନ୍ୱିତ ସିପିଂ ଓ ଲଜିଷ୍ଟିକ୍ସ ସମାଧାନ ଯୋଗାଣକାରୀ ଲାନ୍ସର କଂଟେନର ଲାଇନ୍ସ ଲିମିଟେଡ ଏକ ପ୍ରମୁଖ ଇଣ୍ଡୋନେସିଆ କମ୍ପାନୀ ପି.ଟି.ମ୍ୟାପ୍ ଟ୍ରାନ୍ସଲଜିଷ୍ଟିକ୍ସ, ସୁରାବାୟା ସହିତ ୧୦,୦୦୦ ଟିଇୟୁ (ଟ୍ୱେଂଟି-ଫୁଟ୍ କଂଟେନର୍ସ ଆଣ୍ଡ ଫର୍ଟି-ଫୁଟ କଂଟେନର୍ସ) ଲିଜ୍ ପ୍ରଦାନ ନିମନ୍ତେ ଏକ ରାଜିନାମା ସ୍ୱାକ୍ଷର କରିଛି । ଏହି ରାଜିନାମା ଶ୍ରୀ ଅବଦୁଲ ଖାଲିକ ଚଟାଇୱାଲା, ମ୍ୟାନେଜିଂ ଡାଇରେକ୍ଟର, ଲାନ୍ସର କଂଟେନର ଲାଇନ୍ସ ଲିମିଟେଡ ଏବଂ ଶ୍ରୀ ପ୍ରଫୁଲ ଝା, ଡାଇରେକ୍ଟର, ପି.ଟି.ମ୍ୟାପ୍ ଟ୍ରାନ୍ସ ଲଜିଷ୍ଟିକ୍, ସୁରାବାୟାଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା ।
ଲାନ୍ସର କଂଟେନର୍ସ ଲାଇନ୍ସ ଲିମିଟେଡର ପରିଚାଳନା କର୍ତୃପକ୍ଷ ଏହି ରଣକୌଶଳାତ୍ମକ ସହଭାଗୀତାକୁ ଲିଜିଂ କାର୍ଯ୍ୟକଳାପ ବୃଦ୍ଧି ଘଟାଇବା ଦିଗରେ ଆଉ ଏକ ପଦକ୍ଷେପ ତଥା କମ୍ପାନୀକୁ ନିଜର ବ୍ୟବସାୟ ସମ୍ପ୍ରସାରିତ କରିବା ଏବଂ ଅଂଶୀଦାରଙ୍କ ମୂଲ୍ୟ ବୃଦ୍ଧି କରିବାରେ ସହାୟକ ହେବା ବିବେଚନା କରୁଛନ୍ତି । ଏହି ଅଂଶୀଦାର ବ୍ୟବସ୍ଥା କମ୍ପାନୀର ଆର୍ଥିକ ପ୍ରଦର୍ଶନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ଆଶା କରାଯାଉଛି, ଯଦ୍ଦ୍ୱାରା ସାମଗ୍ରିକ ଅଭିବୃଦ୍ଧି ସାଧିତ ହେବ ଏବଂ ଏହାର ବଜାର ସ୍ଥିତି ଅଧିକ ସୁଦୃଢ ହେବ । ପୂର୍ବରୁ କମ୍ପାନୀ ଆଗାମୀ କିଛିବର୍ଷ ଧରି ତାହାର ବୃହତ ସମ୍ପ୍ରସାରଣ
ଯୋଜନା ସମ୍ପର୍କରେ ଘୋଷଣା କରିଥିଲା । କମ୍ପାନୀ ଆର୍ଥିକ ବର୍ଷ ୨୪ରେ ତାହାର ଟିଇୟୁ କ୍ଷମତା ପ୍ରାୟ ୨୦,୦୦୦ରୁ ଆର୍ଥିକ ବର୍ଷ ୨୬ସୁଦ୍ଧା ୪୫,୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି ଏବଂ ପ୍ରତ୍ୟେକ ମାସରେ ୨୦୦-୩୦୦ କଂଟେନର ଯୋଗକରି ବର୍ଦ୍ଧିତ ଚାହିଦା ପୂରଣ କରିବା ନିମନ୍ତେ ଏହା ନିଜର କଂଟେନର ମହଜୁଦ ପରିମାଣ ନିରନ୍ତର ବୃଦ୍ଧି କରିବା ଆଗ୍ରହ ରଖିଛି । କମ୍ପାନୀ ପୂର୍ଣ୍ଣ ସମନ୍ୱିତ ସେବା ଯୋଗାଣକାରୀ ହେବା ଲକ୍ଷ୍ୟ ରଖିଛି ଏବଂ ଏକ ନୂତନ ଜାହାଜ ଖରିବା ସୁଯୋଗ ସକ୍ରିୟ ଭାବରେ ଅନୁଧ୍ୟାନ କରୁଛି । ଏହି ସମସ୍ତ ପଦକ୍ଷେପରୁ ଆଗାମୀ ବର୍ଷଗୁଡିକରେ ମୋଟା ଅଙ୍କର ରାଜସ୍ୱ ଉପାର୍ଜନ ଏବଂ ଲାଭ ପରିମାଣ ବୃଦ୍ଧି ପାଇବା ଆଶା କରାଯାଉଛି ।