ନୂଆଦିଲ୍ଲୀ: ଦୀର୍ଘ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ସମୁଦାୟ ୯୦ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ଆସନ୍ତା ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ତିବ ବେଳେ ଏହାପୂର୍ବରୁ ଏକଜିଟ ପୋଲ ପ୍ରକାଶ ପାଇଛି।
ଶନିବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ ଅନୁଯାୟୀ ଜମ୍ମୁ କଶ୍ମୀରରେ କଂଗ୍ରେସ ଓ ଏନସି ସର୍ବାଧିକ ଆସନ ପାଇବା ସମ୍ଭାବନା ରହିଛି। ୨୦୧୯ରେ ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରିବା ସହିତ ଜମ୍ମୁ କଶ୍ମୀରକୁ ଓ ଲଦାଖକୁ ଅଲଗା କରି ଏକ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି। ଏହାପୂର୍ବରୁ ରାଜ୍ୟରେ ସମୁଦାୟ ୮୩ ଟି ବିଧାନସଭା ଆସନ ଥିବା ବେଳେ ଏବେ ତାହା ୯୦କୁ ବୃଦ୍ଧି ପାଇଛି। ତେବେ ଏକଜିଟ ପୋଲ ଅନୁସାରେ ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି।
ଶନିବାର ପ୍ରକାଶ ପାଇଥିବା ଏକଜିଟ ପୋଲ ଅନୁସାରେ ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୪୬ ମିଳିବା କଷ୍ଟସାଧ୍ୟ ହୋଇଥିବା ବେଳେ କଂଗ୍ରେସ ଓ ଏନସି ସର୍ବାଧିକ ଆସନ ପାଇବା ନେଇ ସମ୍ଭାବନା ରହିଛି। କିନ୍ତୁ ଉଭୟ ଦଳ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିବେ। ସେହିପରି ଭାଜପା ମଧ୍ୟ ୩୦ରୁ ଅଧିକ ସିଟ ପାଇବା ନେଇ ସନ୍ଦେହ ହୋଇଛି । ତେବେ ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳ ସରକାର ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସମୁଦାୟ ୯୦ଟି ସିଟ ମଧ୍ୟରୁ ଭାଜପାକୁ ୨୬ଟି ସିଟ, କଂଗ୍ରେସ ଏବଂ ଏନସି ମେଣ୍ଟକୁ ୪୩ଟି ସିଟ, ପିଡିପି ୮ଟି ସିଟ ଏବଂ ଅନ୍ୟ ଦଳ ୧୩ଟି ସିଟ ପାଇବା ନେଇ ରିପୋର୍ଟ ପ୍ରକାଶ ପାଇଛି।