ଶୁକ୍ରବାର ବାଲେଶ୍ବରସ୍ଥିତ ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୪ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ରାତି ୭.୫୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୦୦୦ କି.ମି ରହିଛି । ସେହିପରି ଏହି କ୍ଷେପଣାସ୍ତ୍ରର ଲମ୍ବ ୨୦ ମିଟର ଏବଂ ଓଜନ ୧୭ ହଜାର କିଲୋଗ୍ରାମ ଅଟେ। DRDOର ସ୍ବତନ୍ତ୍ର ବୈଜ୍ଞାନିକଙ୍କ ଦ୍ୱାରା ଏହି ପରୀକ୍ଷଣ କରାଯାଇଥିବା ବେଳେ ଏହା ୧୦୦୦ କେ.ଜି. ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ଅବଦୁଲ କଲାମ ଦ୍ବୀପରୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା। ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିବା ବେଳେ ଏହା ସଠିକତାର ସହ ଟାର୍ଗେଟକୁ ହିଟ୍ କରିଥିଲା ।