ମୟୁରଭଞ୍ଜ : ଅକ୍ଟୋବର ୧୦ରେ ଖୋଲିବ ଶିମିଳିପାଳ ଅଭୟାରଣ୍ୟ।ବାରିପଦା ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଂରକ୍ଷକ ତଥା ଆରଟିଆର ଫିଲ୍ଡ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।
ମୌସୁମୀ ଆଗମନ ପରେ ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ଟାଇଗର ରିଜର୍ଭ ବନ୍ଦ ରହିଥିଲା। ପ୍ରତିବର୍ଷ ଜୁନ୍ ମଧ୍ୟଭାଗରୁ ଶିମିଳିପାଳ ଅଭ୍ୟାୟାରଣ୍ୟ ବନ୍ଦ ହୋଇଯାଏ ଏବଂ ମୌସୁମୀ ବାୟୁ ଅପସରିଗଲା ପରେ ଅକ୍ଟୋବର-ନଭେମ୍ବରରେ ଖୋଲାଯାଏ। ୨,୭୫୦ ବର୍ଗ କିମିରୁ ଅଧିକ ବ୍ୟାପ୍ତ ଶିମିଳିପାଳରେ ଅନେକ ପ୍ରଜାତିର ବିରଳ ତଥା ବିଲୁପ୍ତ ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି। ଏଠାରେ ଓଡ଼ିଶାର ପ୍ରାୟ ୭୫ ପ୍ରତିଶତ ବାଘ ଏବଂ ୨୫ ପ୍ରତିଶତ ହାତୀ ବାସ କରନ୍ତି।