ଜମ୍ମୁ କଶ୍ମୀର: ମଙ୍ଗଳାବର ଆସୁଛି ଜମ୍ମୁ- କଶ୍ମୀରର ନିର୍ବାଚନ ଫଳାଫଳ । ଦୀର୍ଘ ୧୦ ବର୍ଷ ପରେ ସେଠାରେ କିଏ ବାଜି ମାରିବ ତାହା ଆଉ ମାତ୍ର କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ । ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ଆଗୁଆ ରହିଥିବା ସୂଚନା ମିଳିଛି। ଏହି ଗଣତିରେ ଏନସି ମେଣ୍ଟ ୪୭ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୫ସିଟରେ ଓ ପିଡିପି ୩ଟି ସିଟରେ ଆଗୁଆ ରହିଛି।
ସୂଚନାଯୋଗ୍ୟ ଯେ, ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍ରେ ହେଉଛି ମହାମୁକାବିଲା। ଏଥର ମଇଦାନକୁ ଓମର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ଓହ୍ଲାଇଛନ୍ତି।
ପ୍ରକାଶଥାଉ କି, ଓମର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ପ୍ରାର୍ଥୀ ହୋଇଛନ୍ତି। ଗାନ୍ଦେରବଲରେ ନ୍ୟାଶନାଲ କନଫରେନ୍ସର ସ୍ଥିତି ଖୁବ ମଜବୁତ ଥିବା ବେଳେ ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ମଧ୍ୟ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି । ସେହିପରି ବିଜୟକୁ ନେଇ ଦୃଢ ଆଶାବାଦୀ ରହିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି । ତେବେ ଏଥର ସେ ପରୋକ୍ଷ ଭାବେ ତାଙ୍କ ଝିଅ ଶ୍ରୀଗୁଫବାରା ଦ୍ୱାରା ବିଜବେହାରା ସିଟ୍ରୁ ମଇଦାନକୁ ଓହ୍ଲାଇଛନ୍ତି। ଅପରପକ୍ଷରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ରବୀନ୍ଦ୍ର ସୈନୀ ନୌଶୋରା ସିଟ୍ରୁ ନିର୍ବାଚନ ଲଢ଼ୁଛନ୍ତି।
ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପିର ସଭାପତି ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା, ନୌଶୋରାରୁ ରବୀନ୍ଦ୍ର ରୈନା ଆଗରେ ଅଛନ୍ତି। ସେହିପରି ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସର ମେଣ୍ଟ ୩୧ ସିଟ୍ରେ ଆଗରେ ଥିବା ବେଳେ ବିଜେପି ୨୫ ସିଟ୍ରେ ଆଗରେ ଅଛି। ଏହି ପରିପ୍ରେକ୍ଷୀରେ ଓମାର ଅବଦୁଲ୍ଲା ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ବହୁମତ ସ୍ପଷ୍ଟ ହୋଇଯିବା ନେଇ ମତ ଦେଇଛନ୍ତି ।