ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ମେଣ୍ଟ ସରକାର ଗଠନ ହେବ ପାଇଁ ଯାଉଛି। ଏନସି ନେତା ଓମାର ଅବଦୁଲ୍ଲା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଏନସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି। ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭା ଆସନରେ ସରକାର ଗଢିବା ଲାଗି ୪୬ ମ୍ୟାଜିକ ନମ୍ବର ହୋଇଥିବା ବେଳେ ଏନସି ଏଠାରେ ୫୨ସିଟରେ ଆଗୁଆ ରହିଥିବା ସୂଚନା ମିଳିଛି। ସେହିପରି ବିଜେପି ମାତ୍ର ୨୭ଟି ସିଟ୍, ପିଡିପି ୨ଟି ସିଟ ଓ ଅନ୍ୟ ସ୍ୱାଧୀନ ଦଳ ୯ଟି ସିଟରେ ଆଗୁଆ ରହିଛନ୍ତି। ତେବେ ଏହି ଫଳାଫଳ ସ୍ପଷ୍ଟ ହେବା ପରେ ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ “୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି। ଏଠାରେ ଘୃଣାର ବାତାବରଣ ହଟାଇ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଲାଗି ମେଣ୍ଟ ସରକାର ଉଦ୍ୟମ କରିବେ। ଜାମ୍ମୁ-କଶ୍ମୀର ଲୋକଙ୍କ ମତ ଆମ ପ୍ରତି ପୂର୍ବରୁ ଥିଲା ଏବଂ ଏବେ ଏହା ଅଧିକ ସ୍ପଷ୍ଟ ହୋଇଛି ।”
ଅପରପକ୍ଷରେ ଜାମ୍ମୁ-କଶ୍ମୀର ନିର୍ବାଚନରେ ପିଡିପି ଶୌଚନୀୟ ପ୍ରଦର୍ଶନ କରିଥିବା ବେଳେ ଏହାର ମୁଖ୍ୟ ମେହେବୁବା ମୁଫତି ଦଳ ଶୌଚନୀୟ ପ୍ରଦର୍ଶନ କରିଥିବା ସତ୍ୱେ ନିଜ ଏଜେଣ୍ଡାରେ କାଏମ ରହିଥିବା କହିଛନ୍ତି।