୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇସାରିଛି । ମଙ୍ଗଳବାର ଫିଜିକ୍ସରେ ଦୁଇଜଣ ବୈଜ୍ଞାନିକଙ୍କ ନାମରେ ନୋବେଲ ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଏନେଇ ରୟାଲ ସ୍ୱେଡିଶ ଆକାଡେମୀ ଅଫ୍ ସାଇନ୍ସ ତରଫରୁ ସୋସିଆଲ ମିଡ଼ିଆରେ ସୂଚନା ଜାରି କରାଯାଇଛି । ଜନ ଜେ.ହୋପଫିଲଡ ଓ ଜିଓଫ୍ରେ ଇ. ହିଣ୍ଟୋନ ୨୦୨୪ ମସିହା ପାଇଁ ଫିଜିକ୍ସରେ ନୋବେଲ ପୁରସ୍କାର ପାଇବେ । ଆର୍ଟିଫିସିଆଲ ନ୍ୟୁରାଲ ନେଟୱାର୍କ ସହ ଜଡ଼ିତ ଆବିଷ୍କାର ପାଇଁ ଏହି ଦୁଇ ବୈଜ୍ଞାନିକ ନୋବେଲ ପୁରସ୍କାର ନିମନ୍ତେ ଚୟନ ହୋଇଛନ୍ତି ।