ଜମ୍ମୁ-କଶ୍ମୀର: ଆତଙ୍କବାଦୀ ମାନେ ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ମାନେ ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଯବାନ ମାନଙ୍କୁ ଅପହରଣ କରି ନେଇଛନ୍ତି। ତେବେ ଆତଙ୍କବାଦୀ ମାନଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୧୦ ବର୍ଷ ପରେ ୩୭୦ ଧାରା ଉଚ୍ଛେଦ ହୋଇ ଜାମ୍ମୁକାଶ୍ମୀରରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ତେବେ ମଙ୍ଗଳବାର ଭୋଟ ଗଣତି ସମୟରେ ଆତଙ୍କବାଦୀମାନେ ଭାରତୀୟ ସେନାର ଦୁଇ ଯବାନଙ୍କୁ ଅପହରଣ କରି ନେଇଥିଲେ। ଜଣେ ଯବାନ କୌଶଳକ୍ରମେ ଖସି ପଳାଇ ଆସିଥିବା ବେଳେ ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଯବାନମାନେ ଟେରିଟୋରିଆଲ ଯବାନ ହୋଇଥିବା ବେଳେ ଖବର ପାଇ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।
ପ୍ରକାଶଥାଉ କି, ୨୦୨୦ ମସିହା ଅଗଷ୍ଟ ୨ରେ ଆତଙ୍କବାଦୀମାନେ କାଶ୍ମୀରରେ ଟେରିଟେରାଲ୍ ଆର୍ମିର ଯବାନ ଶାକିର ମଞ୍ଜୁର ବାଗେଙ୍କୁ ଅପହରଣ କରିବା ସହ ଗାଡ଼ି ପୋଡିଦେଇଥିଲେ। ଏହି ଘଟଣାର ୫ ଦିନ ପରେ ପରିବାର ଲୋକ ଘର ନିକଟରେ ଶାକିରଙ୍କ ପୋଷାକ ପାଇଥିବା ବେଳେ ଗୋଟିଏ ବର୍ଷ ପରେ ସେପ୍ଟେମ୍ବରରେ କୁଲଗାମ ଜିଲ୍ଲାରେ ତାଙ୍କ ମୃତଦେହ ମିଳିଥିଲା।