୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ସୋମବାର ମେଡିସିନ କ୍ଷେତ୍ରରେ ଦୁଇ ଜଣକୁ ଏବଂ ମଙ୍ଗଳବାର ଦୁଇଜଣ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ, ରସାୟନ ବିଜ୍ଞାନ କ୍ଷେତ୍ରରେ ତିନି ଜଣଙ୍କ ନାମ ଘୋଷଣା କରାଯାଇଛି ।
ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ୍ ଜମ୍ପରଙ୍କୁ ପ୍ରୋଟିନ୍ ସହିତ କାମ କରିଥିବାରୁ ବୁଧବାର ପ୍ରଦାନ କରାଯାଇଛି । ବେକର୍ ସିଆଟେଲର ୱାଶିଂଟନ୍ ୟୁନିଭରସିଟିରେ କାର୍ଯ୍ୟ କରୁଥିବାବେଳେ ହାସାବିସ୍ ଏବଂ ଜମ୍ପର ଉଭୟ ଲଣ୍ଡନର ଗୁଗୁଲ୍ ଦୀପମିଣ୍ଡରେ କାର୍ଯ୍ୟ କ