ଦିଲ୍ଲୀ : ପଶ୍ଚିମ ଦିଲ୍ଲୀରେ ବିକାଶପୁରବାସିନ୍ଦା ଓ ସିରିଆର ଶରଣାର୍ଥୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ତୁମୁଳ କାଣ୍ଡ ଘଟିଛି । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ରରୂପ ନେଇ ୧୧ ମାସର ଶିଶୁ ପୁତ୍ର ସମେତ ୨ ଜଣ ଶରଣାର୍ଥୀ ଏସ୍ିଡ଼ ମାଡ଼ରେ ଶିକାର ହୋଇଛନ୍ତି । ଆହତ ଶିଶୁକୁ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାକେଶ କୁମାରକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ସେପ୍ଟେମ୍ବର ୩୦ ତାରିଖରେ ବିକାଶପୁର ସ୍ଥିତ ମିଳିତ ଜାତିସଂଘର ଶରଣାର୍ଥୀ (ୟୁଏନ୍ଏଚ୍ଆରସି) କାର୍ଯ୍ୟାଳୟରେ ଏହି ଅଘଟଣ ଘଟିଥିଲା । ଏନେଇ ଡେପୁଟି କମିଶନର ପୁଲିସ ବିଚିତ୍ର ବୀର କହିଛନ୍ତି, ସ୍ଥାନୀୟ ବାସିନ୍ଦା ଓ ଶରଣାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ନେଇ ପିସିଆରଙ୍କୁ ଏକ ଫୋନ କଲ ଆସିଥିଲା । ଏହି ସୂଚନାକୁ ଆଧାର କରି ପୁଲିସ ଘଟଣାସ୍ଥଳ ପହଞ୍ଚି ଦେଖିଲେ ଯେ ଅଭିଯୁକ୍ତ କୁମାର ଉକ୍ତ ଶରଣାର୍ଥୀଙ୍କ ସମେତ ୧୧ ମାସ ଶିଶୁ ପୁତ୍ର ଉପରେ କିଛି ରାସାୟନିକ ପଦାର୍ଥ ପକାଇ ଥିଲା । ଏହା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।