ଲଷ୍ମୀପୁର: ଗୁରୁବାର କୋରାପୁଟ ରାୟଗଡା ଟ୍ରେନ ଲାଇନରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି।ଟନେଲ ଭିତରେ ପଥର ଖସି ବିଦ୍ୟୁତ ତାର ଛିଣ୍ଡି ଟ୍ରେନ ଲାଇନ ଉପରେ ପଡିଥିଲା। ଏହି ଅଘଟଣ ଲକ୍ଷ୍ମୀପୁର ଷ୍ଟେସନ ପାଖ ତିନି ନମ୍ବର ଟନେଲରେ ଘଟିଥିଲା।
ଉକ୍ତ ସମୟରେ କୌଣସି ରେଳ ଯାଉ ନଥିଲେ ମଧ୍ୟ ରାଉରକେଲା ଟ୍ରେନ ଲକ୍ଷ୍ମୀପୁର ଷ୍ଟେସନରେ ପହଞ୍ଚିଥିଲା। ବର୍ତମାନ କୋରାପୁଟ ଠାରୁ ରାୟଗଡା ପର୍ଯ୍ୟନ୍ତ ଟ୍ରେନ ଲାଇନର ଦୋହରୀକରଣ କାର୍ଯ୍ୟ ତ୍ୱରାନ୍ୱିତ ଥିବାରୁ ଏହି ଅଘଟଣ ଘଟି ଥିଲେ ମଧ୍ୟ୍ୟ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ତେବେ ଘଟଣା ସଂକ୍ରାନ୍ତରେ ଖବର ପାଇ ଷ୍ଟେସନ ମାଷ୍ଟର ରାଉରକେଲା ଟ୍ରେନକୁ ଲକ୍ଷ୍ମୀପୁର ଷ୍ଟେସନରେ ଅଟକ ରଖିବା ସହ ଅନ୍ୟ ଷ୍ଟେସନ ଗୁଡିକୁ ଖବର ଦେଇଥିଲେ। ସେହିପରି ସିଙ୍ଗାରାମ ଷ୍ଟେସନ ମାଷ୍ଟର ହୀରାଖଣ୍ଡ ଟ୍ରେନକୁ ଅଟକାଇଥିବା ବେଳେ କାକିରିଗୁମ୍ମା ଷ୍ଟେସନ ମାଷ୍ଟର ସମଲେଶ୍ବରୀ ଟ୍ରେନକୁ ଅଟକାଇଥିଲେ । ତିନି ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡିକ ଅଟକି ରହିବା ପରେ ସ୍ୱାଭାବିକ ଚଳାଚଳ ଆରମ୍ଭ ହୋଇଥିଲା। ଏବେ ତିନି ନମ୍ବର ଟନେଲ ପାଖରେ ଅନ୍ୟ ଏକ ଟନେଲ କାର୍ଯ୍ୟ ଚାଲୁ ଥିବା ବେଳେ ଦାୟିତ୍ୱ ନେଇଥିବା ଠିକା କମ୍ପାନୀର ଦାୟିତ୍ବହୀନତା ପାଇଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଆଗକୁ ଏହିଭଳି ସମସ୍ୟା ଦେଖା ଦେଲେ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଥିବା ବେଳେ ଏହାର ଯାଞ୍ଚ କରିବା ସହ ଉକ୍ତ ଠିକା କମ୍ପାନୀ ବିରୋଧରେ ରେଳ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।