୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇସାରିଛି । ମଙ୍ଗଳବାର ଫିଜିକ୍ସରେ ଦୁଇଜଣ ବୁଧବାର ତିନିଜଣ ରସାନିକ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପାଇଥିଲେ । ସାହିତ୍ୟ ପାଇଁ ଘୋଷଣା ହେଲା ଦକ୍ଷିଣ କୋରିଆର ଲେଖିକା ହେନ କାଙ୍ଗକୁ ମିଳିବ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନ । ତାଙ୍କ ବହି ଗୁଡିକ ମଧ୍ୟରେ ଦ ଭେଜିଟେରିଆମନ,ହ୍ୟୁମାନ ଆକ୍ଟ ଆଣ୍ଡ ଗ୍ରୀକ ଲେସନ ସାମିଲ ରହିଛି ।
ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ହେନ କାଙ୍ଗଙ୍କ ଜନ୍ମ ୧୯୭୦ ମସିହାରେ ଦକ୍ଷିଣ କୋରିଆର ଗଙ୍ଗଚୁରରେ ହୋଇଥିଲା । ୯ ବର୍ଷ ବୟସରେ ସେ ନିଜ ପରିବାର ସହିତ ସିୟୋଲ ଚାଲିଯାଇଥିଲେ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଉପନ୍ୟାସକାର ଅଟନ୍ତି । ନୋବେଲ ପୁରସ୍କାର ବିଜେତା ହେନ କିଙ୍ଗଙ୍କ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ସ୍ତରରେ ସଫଳତା ଉପାର୍ଜନ କରିଥିବା ଦ ଭେଜିଟେରିଆନ ୨୦୧୫ ରେ ଆସିଥିଲା । ୩ ଭାଗରେ ଲେଖାଯାଇଥିବା ଏହି ପୁସ୍ତକରେ ହିଂସାର ପରିଣାମ ଲେଖାଯାଇଛି ।