ୱାଶିଂଟନ୍: ଚଳିତ ଶତାବ୍ଦୀର ସର୍ବ ବୃହତ୍ ସାମୁଦ୍ରିକ ଝଡ଼ ‘ମିଲଟନ୍’ ଫ୍ଲୋରିଡାରେ ତାଣ୍ଡବ ରଚିଛି। ତେବେ ସ୍ଥଳଭାଗ ଛୁଇଁବା ସମୟରେ ଏହା ଶ୍ରେଣୀ-୩ ବର୍ଗରେ ପରିଣତ ହୋଇଥିବା ନେଇ ନ୍ୟାସନାଲ ହୁରିକେନ ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ଘଣ୍ଟାପ୍ରତି ୨୦୦ କିମିରୁ ଅଧିକ ବେଗରେ ପବନ ବହିଥିଲା। ଫ୍ଲୋରିଡାର ସାରସୋଟା ନିକଟ ଏକ ଉପଦ୍ବୀପ ସିଏଷ୍ଟା-କି ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିଲା ଏହି ସାମୁଦ୍ରିକ ଝଡ଼ ମିଲଟନ୍ ।
ଅପରପକ୍ଷରେ ବାତ୍ୟା ଦ୍ବାରା ପ୍ରାୟ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨ ଲକ୍ଷ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି । ତେବେ ମିଲଟନର ତାଣ୍ଡବରେ ଅନେକ ତଳିଆ ଅଞ୍ଚଳରେ ପାଣି ଭରିରହିଥିବା ବେଳେ ରାସ୍ତାରେ ଗଛ ଓ ବିଲ୍ବୋର୍ଡ ସବୁ ଭାଙ୍ଗି ବିଜୁଳି ସଂଯୋଗ ବିଛିନ୍ନ ରହିଛି ।
ପ୍ରକାଶଥାଉ କି, ଗତ ୨ ସପ୍ତାହ ମଧ୍ୟରେ ଦୁଇଟି ବାତ୍ୟାର ସମ୍ମୁଖୀନ ହୋଇଛି ଫ୍ଲୋରିଡା । ଗତ ୧୫ ଦିନ ପୂର୍ବରୁ ଏଠାରେ ‘ହେଲେନ୍’ ତାଣ୍ଡବ ରଚିଥିବା ବେଳେ ଏଥିରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏବେ ପୁଣି ‘ମିଲଟନ୍’ ଯୋଗୁଁ ପ୍ରଭାବିତ ଅଞ୍ଚଳର ଦୁର୍ଦ୍ଦଶା ବଢ଼ିଯାଇଛି ।