ନୂଆଦିଲ୍ଲୀ: ସୋମବାର ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ଏହି ସୂଚନା ପ୍ରଘଟିତ ହେବା ପରେ ଯାତ୍ରୀ ମାନଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଥିଲା । ସେଥିପାଇଁ ବିମାନକୁ ଜରୁରୀକାଳୀନ ସ୍ଥିତିରେ ଦିଲ୍ଲୀସ୍ଥିତ ଆଇଜି ବିମାନ ବନ୍ଦରରେବିମାନ ବନ୍ଦରକୁ ଡାଇଭର୍ଟ କରାଯାଇ ଅବତରଣ କରାଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଘଟଣାର ତଦନ୍ତ ଚାଲିଛି। ଏହାସହିତ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବ୍ୟାପକ କରାଯାଇଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୋମା ଥିବା ଧମକ ମିଳିବା ପରେ ବିମାନକୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତିରେ ଅବତରଣ କରାଯାଇଥିଲା। ଏହାପରେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଇଥିବା ସୂଚନା ମିଳିଛି। ଏୟାର ଇଣ୍ଡିଆର ଏଆଇ ୬୫୭ ବିମାନ ୧୩୫ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ନ୍ୟୁୟର୍କ ଅଭିମୁଖେ ଯାଉଥିଲା। ତେବେ ବୋମା ଧମକ ମିଳିବା ପରେ ସମସ୍ତଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଛାଡି ଦିଆଯାଇ ବିମାନକୁ ଅଲଗା ସ୍ଥାନରେ ରଖାଯାଇଥିଲା। ଏହାପରେ ଯାଞ୍ଚପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସୂଚନା ମିଳିଛି।