ସାକ୍ରାମେଣ୍ଟୋ: ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ୱପ୍ନରେ ଭାବ ବିନିମୟ ହୋଇଛି । ଏଥିସହିତ ବୈଜ୍ଞାନିକମାନେ କହିଛନ୍ତି, ସେମାନଙ୍କର ପରୀକ୍ଷା ଏହାଦ୍ୱାରା ସଫଳ ହୋଇଛି । କାଲିଫର୍ଣ୍ଣିଆସ୍ଥିତ ଏକ ଷ୍ଟାର୍ଟଅପ୍ ରେମସ୍ପେଶ୍ କହିଛି ଯେ ଏହା ଗତ ସେପ୍ଟ୍ରେ ୨୪ ତାରିଖରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସ୍ୱପ୍ନରେ ଭାବ ବିନିମୟ ସମ୍ପର୍କିତ ପରୀକ୍ଷା କରିଥିଲା । ତାହା ଫଳପ୍ରଦ ହୋଇଛି । ଦୁହେଁ ହାଲୁକା ନିଦରେ ଥିବାବେଳେ ପରସ୍ପର ସହିତ କଥାବାର୍ତ୍ତା କରିବା ଏବଂ ଭାବ ବିନିମୟ କରିଥିଲେ ।
ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ଉଭୟ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ଏଭଳି ସ୍ୱପ୍ନରେ ଭାବ ବିନିମୟ କରୁଥିବା ସମୟରେ ସେମାନେ ଶୋଇଥିବା ମଧ୍ୟ ଜାଣିଥିଲେ । ସେମାନେ ଶଯ୍ୟାକୁ ଯିବାପରେ ସେମାନଙ୍କ ଶରୀରରେ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଉପକରଣ ଖଞ୍ଜାଯାଇଥିଲା ଯାହା ସେମାନଙ୍କ ମସ୍ତିଷ୍କ ତରଙ୍ଗ ଏବଂ ଅନ୍ୟ ପଲିସୋମନୋଗ୍ରାଫିକ ଡାଟା ଉପରେ ନିଜର ରଖିଥିଲା । ଉକ୍ତ ଉପକରଣଗୁଡିକୁ ଏକ କେନ୍ଦ୍ରୀୟ ସର୍ଭର ସହିତ ଯୋଡାଯାଇଥିଲା ଯାହା ସେମାଙ୍କ ଶୋଇବା ଶୈଳୀ ଉପରେ ବାସ୍ତବ ସମୟ ଭିତ୍ତିରେ ନଜର ରଖିଥିଲା । ପ୍ରଥମ ବ୍ୟକ୍ତିଜଣକ ସ୍ୱପ୍ନରେ ଯାହା କହିଥିଲେ ତାହା ଦ୍ୱିତୀୟ ବ୍ୟକ୍ତିଜଣକ ଶୁଣିଥିବା ନିଦ୍ରାଭଙ୍ଗ ପରେ ପ୍ରକାଶ କରିଥିଲେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା କେବଳ ଶବ୍ଦର ବିନିମୟ ନଥିଲା, ଏହା ଏକ ଐତିହାସିକ ମାଇଲଖୁଣ୍ଟ ଯାହା ଚେତନ ଓ ଅବଚେତନ ଦୁନିଆ ମଧ୍ୟରେ ଥିବା ତାରତମ୍ୟ ଦୂର କରିଥିଲା । ଏହା ପୂର୍ଣ୍ଣ ସଫଳ ହେଲେ ତାହାକୁ ଶୟନ ସମ୍ପର୍କିତ ଗବେଷଣା ନିମନ୍ତେ ଉପଯୋଗ କରାଯାଇପାରିବ ଏବଂ ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା, କୋ÷ଶଳ ତାଲିମ ଏବଂ ଅନେକ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ ।