ଅର୍ଥନୀତି କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଅର୍ଥନୀତିରେ ଅତୁଳନୀୟ ଅବଦାନ ପାଇଁ ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେଜ୍ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ତେବେ ୩ ଜଣ ଅର୍ଥଶାସ୍ତ୍ର ବିଶେଷଜ୍ଞଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ ନେଇ ଘୋଷଣା ହୋଇଛି। ସେମାନେ ହେଲେ ଡାରୋନ ଏସ୍ମୋଗ୍ଲୁ, ସାଇମନ ଜନ୍ସନ୍ ଓ ଜେମ୍ସ ଏ. ରବିନ୍ସନ୍। ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପୁରସ୍କାର ମିଳିବାକୁ ଯାଉଛି।