କଟକ: ଶେଷ ହେଲା ଦଶହରା । ସୋମବାର ମେଲାଣି ନେଉଛନ୍ତି ମା’ । ଶୋଭାଯାତ୍ରରେ ଦୁଲୁକୁଛି ସହର । ଭଷାଣୀ ଉତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ୯ ଦିନ ଧରି ଧରାପୃଷ୍ଠରୁରେ ରହି ସୋମବାର ବିଦାୟ ନେଉଛନ୍ତି ମା ଜଗତଜନନୀ । ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ମା’ଙ୍କ ପୂଜା ନବମୀ ଓ ଦଶମୀରେ ଶେଷ ହୋଇଛି । ତଥାପି ସହରବାସୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦଶହରାକୁ ଉପଭୋଗ କରିଥିଲେ । ବିଜୟା ଦଶମୀରେ ମା’ଙ୍କ ଅପରାଜିତା ପୂଜା ଶେଷ ହେବା ପରେ ବିସର୍ଜନ ଆରମ୍ଭ ହୋଇଥିଲା । ଭାଇଚାରା ସହରର କଟକରେ ଏଥର ସଅଳ ଭସାଣୀ ଉତ୍ସବ ଆରମ୍ଭ ହୋଇଥିଲା । ନାଚଗୀତରେ ସହ ପାରପମ୍ପାରିକ ବାଦ୍ୟ, ଘଣ୍ଟ ଶଙ୍ଖ, ତାଳମୂଲି, ଦୁଲଦୁଲି ବାଜା, ବ୍ୟାଣ୍ଡପାର୍ଟିରେ କମ୍ପୁଛି ସହର । ଚଳିତବର୍ଷ ସହରରେ ୧୫୬ଟି ମୂଣ୍ମୀୟ ମୂର୍ତ୍ତି ନିର୍ମିତ ହୋଇଥିଲା । ସେଥିମଧ୍ୟରୁ ସହରରେ ୨୭ଟି ଚାନ୍ଦି ମେଢ଼ ଏଥର ପୂଜାର ଆକର୍ଷଣକୁ ଆହୁରି ବଢ଼ାଇଦେଇଥିଲା । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ମେଲୋଡ଼ି କାର୍ଯ୍ୟକର୍ମ ଚାଲିଥିଲା । ଏହାକୁ ସହରବାସୀ ମଧ୍ୟ ମନଭରି ଉପଭୋଗ କରିଥିଲେ । ଚାନ୍ଦି ମେଢ଼ଗୁଡ଼ିକ ମଧ୍ୟ ଭସାଣୀ ଉତ୍ସବରେ ସାମିଲ ହୋଇଛନ୍ତି । ତା ସାଙ୍ଗକୁ ମା’ଙ୍କ ମୁଣ୍ଡରେ ଶୋଭା ପାଉଛି ସୁନା ମୁକୁଟ । ଏହି ସୁନାମୁକୁଟ ରଙ୍ଗବେରଙ୍ଗର ଆଲୋକରେ ଝଲସୁଛି । ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟାଣ୍ଡପାର୍ଟି ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚରେ ମସ୍ଗୁଲ ହୋଇଛନ୍ତି ଯୁବପୀଢ଼ି । ସବୁଠି ଭସାଣୀ ଉତ୍ସବରେ ଭିଡ଼ ଜମିଛି । ବିଶେଷ କରି ବକ୍ସିବଜାର, ତିନିକୋଣୀଆବଗିଚା, ଦରଘାବଜାର, ଚୌଧୁରୀବଜାର, ଗୌରୀଶଙ୍କରପାର୍କ ସମେତ ଦେବୀଗଡ଼ା ପର୍ଯ୍ୟନ୍ତ ନାହିଁ ନ ଥିବା ଲୋକଙ୍କ ଭିଡ଼ ହୋଇଛି । କଟକର ଭାଇଚାରା ପରମ୍ପରାକୁ କେତେକ ସଂଗଠନ ଓ କମିଟି ବଜାୟୀ ରଖିବା ସହିତ ପୂଜାକମିଟିର ମୁରବି ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପଦେକ୍ଷପ ଗ୍ରହଣ କରାଯାଇଛି । ସହରରେ ଭସାଣୀ ଉତ୍ସବ ପାଇଁ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି ୪୫ ଟି ସ୍ଥାନରେ ଅସ୍ଥାୟୀ ପୁଲିସ ଏଡ଼-ପୋଷ୍ଟ ଖୋଲାଯାଇଛି । ୩୦ରୁ ଉର୍ଦ୍ଧ୍ୱ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିକ୍ୟାମେରା ବ୍ୟବସ୍ଥା କରାଯାଇଛି । ଏହି ସିସି କ୍ୟାମେରା ମାଧ୍ୟମରେ ଅପରାଧମୂଳକ କାର୍ଯ୍ୟକଳାପକୁ ତିକ୍ଷ୍ମ ଦୃଷ୍ଟି ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମେଢ଼ ଯିବା ରାସ୍ତାରେ ୱାନୱେ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେବୀଗଡ଼ାରେ ମେଢ଼ଗୁଡ଼ିକ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି । କାଠଯୋଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ଅସ୍ଥାୟୀ ପୋଖରୀରେ ମେଢ଼ଗୁଡ଼ିକ ବିସର୍ଜନ କରାଯାଉଛି । ଚଳିତ ବର୍ଷ ପୂଜା ଓ ଭସାଣୀରେ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଛି । କାହିଁକି ନାଁ ମା’ନେଉଛନ୍ତି ମେଲାଣୀ ।
ଦୁର୍ଗା ପୂଜା ଭସାଣୀକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କଟକରେ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ । ସେହିଭଳି ଚୌଧୁରୀ ବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙଘ୍ଗ ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।