ଭୁବନେଶ୍ୱର : ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦୁଝରସ୍ଥିତ ସର୍କିଟ ହାଉସ ଓ ମଣ୍ଡୁଆସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ଏହି ଶୁଣାଣି ହୋଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଗସ୍ତର ଶେଷଦିନ ହୋଇଥିବା ବେଳେ ଏଇ ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ପତ୍ର ଦେବାପାଇଁ ପ୍ରାୟ ୨୫୦ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷଭାବେ ଏହି ଅଭିଯୋଗ ପତ୍ରଗୁଡିକୁ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପଦାଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ସୁଭଦ୍ରା ଟଙ୍କା ପାଇନଥିବା ଆବେଦନକାରୀ କାଳି ପୂଜା ସୁଦ୍ଧା ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।