ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଓ ମଙ୍ଗଳବାର ପର୍ଯ୍ୟନ୍ତ ଓଡ଼ିଶାର ବିଭନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏହି ଅବପାତ ପ୍ରଭାବରେ ମାଲକାନଗିରିରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଏହା ଫଳରେ ମାଲକାନଗିରିର ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ପାଙ୍ଗାମ ନଦୀ ପୋଲୋ ଉପରେ ୧୦ ଫୁଟର ପାଣି ଯାଉଥିବାରେ ଜୟପୁର-ମାଲକାନଗିରି ମଧ୍ଯରେ ଯାତାୟତ ଜିଲ୍ଲାକୁ ଯାତାୟତ ବନ୍ଦ ହୋଇଛି । ସେହିପରି ପଟେରୁ ଗାଁ ପାଣି ପଶିବା ଯୋଗୁଁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ MV 7, କାଙ୍ଗୁରୁକୁଣ୍ଡା, MV90 ,MV 96 ,ପାଙ୍ଗାମ, କନ୍ୟାଶ୍ରମ ପୋଲ ଉପର ଦେଇ ପାଣି ପ୍ରବାହିତ ହେବା ଦ୍ବାରା ସଂଲଗ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଅପରପକ୍ଷରେ କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ରହିଥିବା ବେଳେ ଲମତାପୁଟରେ ୧୩୨.୦ ମିଲିମିଟର ଓ ବୈପାରୀଗୁଡାରେ ୧୯୮ମିଲିମିଟର ବର୍ଷା ରେକର୍ଡ ହୋଇଛି ।