ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ହେଉଛି ପୁଣି ଏକ ଲଘୁଚାପ । ତେବେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ ମଡେଲ ଦର୍ଶାଇଛି । ଜିଏଫଏସ ମଡେଲର ଆକଳନ ଅନୁସାରେ, ଏହା ସମୁଦ୍ରରେ ଥିଲା ବେଳେ ବାତ୍ୟାର ରୂପ ନେବ । ତେବେ ଉପକୂଳକୁ ଆସିଲା ବେଳେକୁ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡୁଚେରୀ ଓ ନେଲୋର ନିକଟରେ ଅବପାତ କରିପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଭାରତରେ ଲଗାଣ ବର୍ଷା ହେଉଛି ।