ସୁନ୍ଦରଗଡ଼: ସୁନ୍ଦରଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ରାଜପୁତ କ୍ଷତ୍ରୀୟ ସମାଜର ବୈଠକ ସମ୍ପାଦକ ସ୍ଵାଧୀନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସମ୍ପାଦକ ସ୍ଵାଧୀନ ରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସମାଜର ଆଗାମୀ ଦିନରେ ହେବାକୁ ଥିବା କାର୍ୟ୍ୟପନ୍ଥା ନିର୍ଦ୍ଧାରଣ ସହ କିପରି ପ୍ରତ୍ୟେକ କାର୍ୟ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନା କରାଯାଇ ପାରିବ ସେ ନେଇ ବିଶଦ ଆଲୋଚନା କରାଯାଇଥିଲା। ବୈଠକରେ ସମାଜର ପୁରୁଣା କମିଟି କାର୍ୟ୍ୟକାଳ ଶେଷ ହୋଇଥିବାରୁ ନୂତନ କମିଟି ଗଠନ କରାଗଲା। ସଭାପତି ଭାବରେ ରାଜୁ ଠାକୁର, ଉପସଭାପତି ଯତୀନ୍ଦ୍ର ଶେଖରଦେଓ, ସମ୍ପାଦକ ଭାବରେ ପିତାମ୍ବର ଶେଖର ଦେଓ, ଯୁଗ୍ମ ସମ୍ପାଦକ ଅନିଲ କୁମାର ସିଂ, କୋଷାଧ୍ୟକ୍ଷ ଆନନ୍ଦ ଠାକୁର ଓ ମିଡ଼ିଆ ପ୍ରଭାରୀ ଭାବେ ପପୁ ପ୍ରସାଦ ସିଂ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିପରି ଉପଦେଷ୍ଟା କମିଟିରେ ଜଗଦୀପ ପ୍ରତାପ ଦେଓ, କୁଞ୍ଜବିହାରୀ ଛତ୍ରିଆ, ଦେବେନ୍ଦ୍ର ଶେଖର ଦେଓ, ଲକ୍ଷ୍ମୀ ସିଂ ରାଠୋର, ସମରେନ୍ଦ୍ର ଠାକୁର, ଭୋପାଳ ଚନ୍ଦ୍ର ଦେଓ, ପ୍ରଦୀପ ସାଏ ଦେଓ, ପ୍ରଣବ କୁମାର ସିଂ, ଚୂଡାମଣି ସିଂ, ବିର ବିକ୍ରମ ସିଂ ଦେଓ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଶେଷରେ ପୂର୍ବତନ ଉପସଭାପତି ମନୋଜ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।