ବରଗଡ଼ (): ସ୍ଥାନୀୟ ହସ୍ପିଟାଲ ରୋଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୁଦ୍ଧଙ୍କ ସ୍ୱେଚ୍ଛାସେବୀ ସଂଘମିତ୍ରା ପଟେଲ ଉଦ୍ଧାର କରିଛନ୍ତି । ବୃଦ୍ଧ ଜଣକ ହେଉଛନ୍ତି, ନେପାଳର ରାଜକୁମାର ସେଠିଆ (୬୭) । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ଖେଦାପାଲି ମୁଖ୍ୟ ଚିକିତ୍ସାଳୟରେ ବୃଦ୍ଧଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ମଙ୍ଗଳବାର ଦିନ ହସ୍ପିଟାଲ ରୋଡ଼ରେ ଜଣେ ବୃଦ୍ଧ ମୁମୁର୍ଷୁ ଅବସ୍ଥାରେ ପଡ଼ି ରହିଥିଲେ । ପାଖରେ ଔଷଧ ଦୋକନ କରିଥିବା ରୀନା ବୃଦ୍ଧ ଜଣଙ୍କ ପାଖରେ ପହଞ୍ଚô ତାଙ୍କୁ ଗ୍ଲୁକୋଜ ପାଣି ଦେଇଥିଲେ । ପରେ ସ୍ୱେଚ୍ଛାସେବୀ ସଂଘମିତ୍ରା ପଟେଲଙ୍କୁ ଫୋନ କରି ଏ ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀମତୀ ପଟେଲ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚô ଶେଖର ଗହିର ଓ ରୀନାଙ୍କ ସହଯୋଗରେ ବୃଦ୍ଧଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।