ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂରେ ଗଭୀର ଅବପାତ ହେବ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଦ୍ଧୁମ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ସାମୁଦିକ ଝଡ ”ୟାଗୀ”କୁ ଗତ ଦଶନ୍ଧିର ସବୁଠାରୁ ଶକ୍ତିଶାଳି ଝଡ ଭାବେ ବର୍ଣ୍ଣନା କରାଯାଇଛି।ଏହି ଝଡ ଚୀନ ସୀମା ତାଣ୍ଡବ ରଚନା କରି ଏସିଆ ଦେଶରେ ପହଞ୍ଚିସାରିଛି। ଚୀନରେ ଏହି ସାଇକ୍ଲୋନିକ ଝଡ଼ ଯୋଗୁଁ ବର୍ଷା ଏବଂ ପବନ କାରଣରୁ ୮ ଲକ୍ଷରୁ ଅଧିକ ଘରେ ବିଜୁଳି ନାହିଁ।ଚୀନର ହେନାନ ସୀମାରେ ଶକ୍ତିଶାଳୀ ବାତ୍ୟା ୟାଗୀ ପ୍ରଭାବରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭୦ ଜଣ ଆହତ ହୋଇଛନ୍ତି। ସେହିପରି ଭିଏତନାମାରେ ଏହି ସାଇକ୍ଲୋନିକ ଝଡରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୮ ଜଣ ଆହତ ହୋଇଯାଇଛନ୍ତି। ଏହି ଆହତରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି, ଏଥିପାଇଁ ମୃତକଙ୍କ ସଂଖ୍ୟା ବଢିପାରେ।ଭିଏତନାମା ପାଣିପାଗ ବିଭାଗ ଅନୁଯାୟୀ, ୟାଗୀ ଝଡକୁ ଗତ ଦଶନ୍ଧିରେ ସବୁଠାରୁ ଶକ୍ତିଶାଳୀ ଝଡ ବୋଲି ବର୍ଣ୍ଣନା କରାଯାଇଛି। ଏହି ଝଡ଼ ଚୀନ ସୀମା ଦେଇ ଗତିକରି ଏସୀୟ ଦେଶରେ ପହଞ୍ଚିଯାଇଛି। ଏଥିରେ ଚୀନର ୮ ଲକ୍ଷରୁ ଅଧିକ ଘରେ ବିଜୁଳି ବାଧାପ୍ରାପ୍ତ ହୋଇଛି।