ଡାବୁଗାଁ: ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି। ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି, କୁର୍ଚି ଓ ଶିରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଅପରାହ୍ନରେ ସମସ୍ତ ଲାଠି, କୁର୍ଚି ଡାବୁଗାଁ ମାଁ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ସୁସଜିତ ହୋଇ ପାରମ୍ପରିକ ଢୋଲ ମର୍ଦଳ ତାଳେ ତାଳେ ନୃତ୍ୟରତ ଭାବେ ଗ୍ରାମ ପରିକ୍ରମା କରି ମାଁ ଡାବାଦେଇ ମନ୍ଦିରରେ ପହଞ୍ଚିଥିଲେ । ଗୁରୁବାର ସାପ୍ତାହିକ ହାଟ ଥିବାରୁ ଭକ୍ତଙ୍କ ଭିଡ ପରିଲକ୍ଷଧିତ ହୋଇଥିଲା । ଏହି ଆଦିବାସୀ ଦଶହରା ଆଶ୍ଵିନ ମାସରେ ଦଶହରା ପର୍ବରେ ମା ଦୂର୍ଗାଙ୍କ ଦଶମୀ ପୂଜା ପରେ ଯେଉଁ ଗୁରୁବାର ପଡିଥାଏ ସେହିଦିନ ପାଳିତ ହୋଇଥାଏ । ଏଥିରେ ୧୧ଟି ଗ୍ରାମରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ଯୋଗଦେଇଥିଲେ । ରାତିରେ ଦେଶିଆ ନାଟ ଯଥା:- ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ଆଦିବାସୀ ନାଟକ ଭୁବନ ଗୁରୁଙ୍କ ନିର୍ଦ୍ଦେଶିତ “କୁଆଁରୀ ଝିଅର ଭାଗ୍ୟ କାହାଣୀ”ପ୍ରଦର୍ଶିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଡାବୁଗାଁ ଦୂର୍ଗା ପୂଜା କମିଟି ପରିଚାଳନା କରିଥିଲେ।