ବୌଦ୍ଧ, ୧୮/୧୦ : ମାଓ ମୁକ୍ତ ହେବ ବୌଦ୍ଧଜିଲା । କମ୍ବିଂ ଅପରେସନକୁ ଜୋରଦାର କରାଯିବ । ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ଦିଆଯିବ । ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ଏ କଥା କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ଶୁକ୍ରବାର ବୌଦ୍ଧ ଜିଲ୍ଲା ଗସ୍ତକରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲାରେ ଥିବା ବିଏସଏଫ ଓ ଏସଓଜି କ୍ୟାମ୍ପକୁ ପରିଦର୍ଶନ କରିଛନ୍ତି । ସେଠାରେ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଥାନା ଅଧିକାରୀଙ୍କ ସହ ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିବା ସହିତ ଆଗାମୀ ଦିନରେ ଜିଲ୍ଲାରୁ କିଭଳି ଭାବେ ମାଓମୁକ୍ତ କରାଯିବ ସେନେଇ ଆଲୋଚନା କରିଛନ୍ତି ।
ଏନେଇ ଡିଜିପି କହିଛନ୍ତି ଯେ, ଜିଲ୍ଲାରେ ବିଭିନ୍ନ ସମୟରେ ପୁଲିସ ପକ୍ଷରୁ ମାଓ ଅପରେସନ ଜାରି ରହିଛି । ଏଥିସହିତ ବୌଦ୍ଧ ଜିଲ୍ଲା ଗଞ୍ଜେଇ ପ୍ରବଣ ଅଞ୍ଚଳା ଭାବେ ପରିଗଣିତ ହେଉଥିବା ବେଳେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ସହିତ ଆଗାମୀ ଦିନରେ ଜିଲ୍ଲାରୁ ସମ୍ପୂଣ୍ଣ ଭାବେ ଗଞ୍ଜେଇ ଚାଷକୁ ବିଲୁପ୍ତ କରିବା ଦିଗରେ ପୁଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।