କଟକ, ୧୯/୧୦: ଭରତପୁର ଥାନା ଆର୍ମି ମେଜର ଏବଂ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ୫ ନିଲମ୍ବିତ ପୋଲିସ ଅଧିକାରୀ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ନିଲମ୍ବିତ ଆଇଆଇସିଙ୍କ ବ୍ୟତୀତ ଅନ୍ୟ ୪ଜଣଙ୍କର ଅନ୍ତରୀଣ ସୁରକ୍ଷା ମାମଲାର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ମନା କରି ଦେଇଛନ୍ତି । ଅପର ପକ୍ଷରେ ମାମଲାର ତଦନ୍ତ ସ୍ଥିତି ଓ କେଶ ଡାଏରୀ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।