କେନ୍ଦ୍ରାପଡା,୧୮/୧୦: କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ତୃତୀୟ ଦିବସରେ ପଦାର୍ପଣ କରିଥିବା ବେଳେ ସନ୍ଧ୍ୟାରେ ଯାତ୍ରୀଙ୍କ ଭିଡ ବଢ଼ିବଢ଼ି ଚାଲିଛି । ସହରର ବିଭିନ୍ନ ସ୍ଥାନରେ ହୋଇଥିବା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଛି । ଚାନ୍ଦି ମେଢ ସାଙ୍ଗକୁ ଜରି ମେଢ ଏବଂ ସାଜସଜ୍ଜା ସହରକୁ ଏକ ସୁନ୍ଦରୀ ନାରୀ ପରି ସଜାଇ ଦେଇଛି । ଦୀର୍ଘ ୯୮ବର୍ଷ ଧରି ଏହି ପୂଜା ଚାଲିଥିବା ବେଳେ ମଢିଆଳ ବଜାର ଗଜଲକ୍ଷ୍ମୀ ୮୩ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ମଣ୍ଡପରେ ଚାନ୍ଦି ଓ ସୁନାର ମେଢ ଦର୍ଶକଙ୍କ ବେଶ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଚାରିବର୍ଷ ପୂର୍ବେ ୮୩କେଜି ଚାନ୍ଦିରେ ସୁଦୃଶ୍ୟ ଚାନ୍ଦି ମେଢ ନିର୍ମାଣ କରାଯାଇଥିଲା । ମା’ଙ୍କ ଚାନ୍ଦି ମକୁଟ ସହିତ ୨୦୦ ଗ୍ରାମର ସୁନାର ମୟୂର ମେଢର ଆକର୍ଷଣକୁ ଦ୍ୱିଗୁଣିତ କରିଛି । ଏହି ମେଢକୁ ଦେଖିବା ପାଇଁ ଗହଳି ଅଧିକ ସମୟ ଲାଗି ରହୁଛି । ମହାଆଡମ୍ବରରେ ମଢିଆଳ ପୂଜା କମିଟି ରୀତିନୀତି ପାଳନ କରୁଛି । ମା’ଙ୍କ ଆବାହନ କଳସ ଯାତ୍ରା ପାରମ୍ପରିକ ରୋଷଣୀ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା । ସେହିପରି କପଡା ସାଜସଜ୍ଜା ଏହି ମଣ୍ଡପର ଶୋଭାକୁ ଚାକର୍ଷକ କରିଛି । ଆସନ୍ତା ୨୧ତାରିଖରେ ଅଭିଜିତ୍ ମଜୁମଦାର ସଙ୍ଗୀତ ପରିବେଷଣ କରିବା ସହିତ ହାସ୍ୟ ଅଭିନେତା ସୁମନ ଯୋଗ ଦେବାର କାର୍ଯ୍ୟମ ରହିଛି ।