ଭୁବନେଶ୍ୱର :ଭୁବନେଶ୍ୱର କାୟା ମେଳାଉଛି ସେକ୍ସ ର୍ୟାକେଟ । ଚାକିରି ଦେବା ଆଳରେ ଶାରୀରିକ ଓ ମାନସିକ ନିର୍ଯାତନ ଦେଇ ଦେହବେପାରରେ କରାଯାଉଛି ସାମିଲ । ଏଭଳି ଏକ ସେଲୁନ୍ ଆଣ୍ଡ ସ୍ପାର ପର୍ଦ୍ଦାଫାସ କରିଛି ବଡ଼ଗଡ଼ ପୋଲିସ । ରାଜଧାନୀ ଭୁବନେଶ୍ୱରସ୍ଥିତ ରବି ଟକିଜ୍ ଛକ ଅନ୍ତର୍ଗତ ଏକ ସେଲୁନ୍ ଆଣ୍ଡ ସ୍ପାରେ ବଡ଼ଗଡ଼ ପୋଲିସ ଶନିବାର ସେକ୍ସ ର୍ୟାକେଟ ଠାବ କରିଛି । ଚଢ଼ଉ ବେଳେ ସେଲୁନ ଭିତରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏହାସହ ଉକ୍ତ ସେଲୁନକୁ ପୋଲିସ ସିଲ କରିଥିବା ବେଳେ ୨ ଜଣ ଯୁବକ ଓ ଜଣେ ମହିଳାକୁ ଉଦ୍ଧାର କରି ପୋଲିସ ହସ୍ପିଟାଲକୁ ପଠାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଦେହବେପାରରେ କରିବା ଅଭିଯୋଗକୁ ଆଧାରରେ ପୋଲିସ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିବ ବୋଲି ପୋଲିସ୍ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରବି ଟକିଜ୍ ଭଳି ଏକ ବ୍ୟସ୍ତବହୁଳ ସ୍ଥାନରେ ସେକ୍ସ ର୍ୟାକେଟ କାରବାର ଏକ ସୁରକ୍ଷିତ ସ୍ଥାନ ପାଲଟିଛି । ଦିନ ପ୍ରତିଦିନ ଚାଲିଛି ଏଠି ଦେହବେପାର । ଗ୍ରାହକମାନେ ଛୁଟି ଆସୁଛନ୍ତି ରଙ୍ଗମହଲର ସୁଖ ଉପଭୋଗ କରିବାକୁ ।