ଭୁବନେଶ୍ୱର: ସୋମବାର ସୁଦ୍ଧା ରାଜ୍ୟକୁ ବାତ୍ୟା ସ୍ପର୍ଶ କରିବା ନେଇ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ। ଶନିବାର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ରବିବାର ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଆସନ୍ତା ୨୩ ତାରିଖ ବେଳକୁ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅଧିକ ଘନୀଭୂତ ହୋଇ ବେଳକୁ ଅବପାତରେ ପରିଣତ ହେବ। ତେବେ ରବିବାର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ବାତ୍ୟାର ଗତିବିଧି ସ୍ପଷ୍ଟ ହେବାକୁ ଥିବା ବେଳେ ମଧ୍ୟରେ ଓଡ଼ିଶାକୁ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି । କିନ୍ତୁ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ଏହାର ରୂପ ତଥା ଦିଗ ଓ ବେଗ ସମ୍ପର୍କରେ ଏନେଇ କୌଣସି ପୂର୍ବାନୁମାନ ହୋଇନାହିଁ ।
ଅପରପକ୍ଷରେ ଅନ୍ତର୍ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ସପ୍ତାହ ସୁଦ୍ଧା ଏକ ଚକ୍ରବାତ ଓଡ଼ିଶା ବା ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବା ନେଇ ଆକଳନ ହୋଇଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ କହିଛି ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ହିଁ ଏହାର ରୂପରେଖ ଓ ଗତି ବାବଦରେ ଆକଳନ କରାଯିବ ବୋଲି କୁହାଯାଇଛି । ପ୍ରାକ ଆକଳନ ଅନୁସାରେ ବଙ୍ଗୋପସାଗର ଓ ଆରବ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନ ରହିବାକୁ ପରାମର୍ଶ ଦିଆଯିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛନ୍ତି ଆଇଏମଡ଼ି ଡିଜି ।