ସୁନ୍ଦରଗଡ : ପୌରପାଳିକାର ତଦାରଖରେ ଥିବା ଓ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିରମିତ୍ର ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ରକ୍ଷାଣାବେକ୍ଷଣ ଅଭାବରୁ ଏଥିରେ ଥିବା ଦୋଳି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳ ସାମଗ୍ରୀଗୁଡ଼ିକ କ୍ରମେ କଳଙ୍କି ଧରି ଭାଙ୍ଗିବାକୁ ବସିଲାଣି । ଫଳରେ ୧୯୯୫ ମସିହାରେ ତିଆରି ହୋଇଥିବା ବିରମିତ୍ର ପାର୍କଟି କବାଡ଼ିଖାନାରେ ପରିଣତ ହୋଇଛି । ଏହି ପାର୍କର ରକ୍ଷାଣାବେକ୍ଷଣ ଭାର ରହିଛି ପୌରପାଳିକାର ହାତରେ । ଏଥିପାଇଁ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ତେବେ ପାର୍ବର ଅବସ୍ଥା ଏପରି ଯେ ଏହା ଅଳିଆଗଦାର ଭ୍ରମ ସୃଷ୍ଟି କରୁଛି । ଏପରିକି ପାର୍କ ସାମ୍ନାରେ କୁଢ଼ କୁଢ଼ ଆଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର ପୁନରୁଦ୍ଧାର ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଶିଶୁ ଉଦ୍ୟାନ ବା ବିରମିତ୍ର ପାର୍କ ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ପାଠଗାର ପାଖରେ ରହିଥିଲେ । ରାଜ୍ୟରେ ୮୦ ଦଶକରେ କଂଗ୍ରେସ ସରକାର ଥିବା ସମୟରେ ଏହି ପାର୍କକୁ ଉଚ୍ଛେଦ କରି ସେଠାରେ ସୁପରମାର୍କେଟ ନିର୍ମାଣ କରାଯାଇଥିଲା । ସେ ସମୟରେ ଶିଶୁ ଉଦ୍ୟାନ ବା ବିରମିତ୍ର ପାର୍କକୁ ରାନିଜାନକି ସରକାରୀ ଉର୍ଚ୍ଚ ବାଳିକା ବିଦ୍ୟାଳୟ ସମ୍ମୁଖକୁ ସ୍ତାନାନ୍ତର କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପୌରପରିଷଦ କରି ଆସୁଥିଲା । ସହରରେ ଗୋଟିଏ ବି ପାର୍କ ନଥିବାରୁ ଏହି ପାର୍କକୁ ସହରର ଲୋକେ ତାଙ୍କ ପିଲାମାନଙ୍କୁ ଭ୍ରମଣ କରାଇବା ପାଇ ଆଣୁଥିଲେ । ଗତ ୧୦ ବର୍ଷ ହେବ ପାର୍କର ରକ୍ଷଣାବେକ୍ଷଣ ପୌରପରିଷଦ ନକରିବାରୁ ପାର୍କ ଧିରେ ଧିରେ କବାଡ଼ିଖାନାରେ ପରିଣତ ହେବାକୁ ବସିଲାଣି । ପାର୍କକୁ ପିଲାମାନଙ୍କୁ ଭ୍ରମଣ କରିବା ପାଇ ଆଣୁନାହାନ୍ତି ସେମାନଙ୍କ ଅଭିଭାବକମାନେ । ଏବେ ଏହି ପାର୍କ ସହରବାସୀଙ୍କ ପାଇ ଅଲୋଡା ହେବା ସହ ଏହି ପାର୍କରେ ସେମାନଙ୍କ ପିଲାମାନେ ସୁରକ୍ଷିତ ନୁହନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିରମିତ୍ର ପାର୍କର ପୁନରଦ୍ଧାର ପାଇ ପଦକ୍ଷେପ ନେବାକୁ ସହରବାସୀମାନେ ଦାବି କରିଛନ୍ତି ।