ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତାବର୍ଷ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ । ଏ ନେଇ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଉପଜିଲାପାଳ ପ୍ରସନ୍ନ ପାଣ୍ଡେ, ପୌରାଧ୍ୟକ୍ଷା କଳ୍ପନା ମାଝି, ଧନୁଯାତ୍ରା କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ। ୧୧ ଦିନ ପାଇଁ ବରଗଡ଼ ସହରରେ ଧନୁଯାତ୍ରାର କୁମ୍ଭ ଲାଗିବା ନେଇ ନିଷ୍ପତ୍ତି ହୋଇଛି । ତେବେ ବର୍ତ୍ତମାନ ଏହି ଦିନକୁ କୋଟି କୋଟି ଶ୍ରଦ୍ଦାଳୁ ଅପେକ୍ଷା କରି ରହିଛନ୍ତି ।