ଶ୍ରୀନଗର: ଶନିବାର ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି ପ୍ରସ୍ତାବ । ଉମର ଅବଦୁଲ୍ଲା ଅଧକ୍ଷତାରେ ଜମ୍ମୁ କଶ୍ମୀର କ୍ୟାବିନେଟ୍ରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କ ସହ ଆଲୋଚନା କରିବା ପାଇଁ କ୍ୟାବିନେଟ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦେଇଥିବା ସୂଚନା ମିଳିଛି। ତେବେ ସେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ।
ପ୍ରକାଶଥାଉ କି, ତେବେ ଜମ୍ମୁରେ ନଭେମ୍ବର ୪ରୁ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ନବ ନିର୍ବାଚିତ ବିଧାୟକମାନେ ସୋମବାର ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିଛି। ଶ୍ରୀନଗର ରାଜଭବନରେ ପ୍ରୋଟେମ ସ୍ପିକର ଭାବେ ମୁବାରକ ଗୁଲ ଶପଥ ଗ୍ରହଣ କରିଥିବା ବେଳେ ସୋମବାର ଅପରାହ୍ନ ୨ଟାରେ ସେ ବିଧାନସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇବେ।