ହିନ୍ଦୁ ଧର୍ମରେ ତୁଳସୀ ଦେବୀଙ୍କୁ ପୂଜା କରାଯାଏ। ଲୋକ ତୁଲସୀ ଗଛକୁ ରୀତିନୀତି ସହିତ ପୂଜା କରନ୍ତି। ଆୟୁର୍ବେଦରେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି। ତୁଳସୀ କେବଳ ଚା’ କିମ୍ବା କାଢ଼ାରେ ମିଶାଇ ନୁହେଁ ବରଂ ଏହାର ପତ୍ରକୁ ସିଧାସଳଖ ଖିଆ ମଧ୍ୟ ଯାଏ, ଯାହା ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ଜ୍ୱର ଇତ୍ୟାଦି ସମସ୍ୟାରୁ ମୁକ୍ତି ଦେଇଥାଏ । ପ୍ରାଚୀନ କାଳରୁ ତୁଳସୀ ଏକ ଘରୋଇ ଉପଚାର ଭାବ ବ୍ୟବହୃତ ହୋଇଆସୁଛି । ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଯୋଗାଏ।
ଥଣ୍ଡା ଏବଂ କାଶ ଦୂର କରେ :-ପାଣିପାଗର ପରିବର୍ତ୍ତନ ହେତୁ ଅନେକ ଲୋକଙ୍କୁ ଥଣ୍ଡା ଏବଂ କାଶ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଆପଣ ଚା ଏବଂ କାଢ଼ା ଆକାରରେ ତୁଳସୀ ପତ୍ର ପିଇପାରିବେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ। ଛାତିରେ ଥଣ୍ଡା ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ଏହା ସାହାଯ୍ୟ କରେ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ:- ପ୍ରତିଦିନ ସକାଳେ ଉଷୁମ ପାଣିରେ ତୁଳସୀ ପତ୍ର ଖାଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ ଏବଂ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ପ୍ରତ୍ୟେକ ଦିନ ସକାଳେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାରିଟି ତୁଳସୀ ପତ୍ର ଖାଇବା ଉଚିତ୍ ।
କର୍କଟ ସମସ୍ୟା ଦୂର କରେ:- ତୁଳସୀ ପତ୍ରରେ ଏମିତି ଗୁଣ ଅଛି ଯାହା କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ଚର୍ମ, ଯକୃତ, ପାଟି ଏବଂ ଫୁସଫୁସ ଭଳି କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କର୍କଟ ରୋଗକୁ ରୋକିବା ପାଇଁ ଆପଣ ତୁଳସୀ ପତ୍ର ମଧ୍ୟ ଖାଇପାରିବେ।
ହଜମ ପ୍ରକ୍ରିୟାରେ ଉନ୍ନତି:- ପ୍ରତିଦିନ ସକାଳେ ତୁଳସୀ ପତ୍ର ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ଧୀରେ ଧୀରେ ଉନ୍ନତ ହୁଏ ଏବଂ ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରୁହନ୍ତି ଯେପରିକି କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡ଼ିଟି ଇତ୍ୟାଦି । ଏଭଳି ପରିସ୍ଥିତିରେ କେବଳ ଚାରୋଟି ତୁଳସୀ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ । କିନ୍ତୁ ଗୋଟିଏ ଜିନିଷ ଧ୍ୟାନରେ ରଖନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଗାତାର ତୁଳସୀ ପତ୍ର ଖାଆନ୍ତୁ ନାହିଁ, ଗୋଟିଏ ସମୟରେ ତିରିଶରୁ ଚାଳିଶ ଦିନ ପର୍ଯ୍ୟନ୍ତ ତୁଳସୀ ପତ୍ର ଖାଇବା ଯଥେଷ୍ଟ ।